ଓଡ଼ିଶାଲାଇଭ୍ ବ୍ୟୁରୋ

ଓଡ଼ିଶା କୃଷି ଓ ପ୍ରଯୁକ୍ତିବିଦ୍ୟା ବିଶ୍ୱବିଦ୍ୟାଳୟ(ଓୟୁଏଟି) ଅନ୍ତର୍ଗତ ସମସ୍ତ ମହାବିଦ୍ୟାଳୟରେ ପ୍ରବେଶିକା ପରୀକ୍ଷା ଆଜି ଅନୁଷ୍ଠିତ ହେବ। କୃଷି ସମ୍ପଦ, ମତ୍ସ୍ୟ ସମ୍ପଦ, ପଶୁ ସମ୍ପଦ ଭଳି ପାଠ୍ୟକ୍ରମ ଲାଗି ଏହି ପରୀକ୍ଷା  ଅନୁଷ୍ଠିତ ହେଉଛି ।

ଆଜି ରାଜ୍ୟର ୨୪ଟି ସ୍ଥାନରେ ମୋଟ ୬୯ ସେଣ୍ଟରରେ ପରୀକ୍ଷାର୍ଥୀ ପରୀକ୍ଷା ଦେବେ। ପରୀକ୍ଷା ସକାଳ ୧୦.୩୦ରୁ ଆରମ୍ଭ ହୋଇ ୧୨.୩୦ ପର୍ଯ୍ୟନ୍ତ ୨ ଘଣ୍ଟା ଚାଲିଛି। ମୋଟ ୩୮ହଜାର ୩୬୩ ଜଣ ଛାତ୍ରଛାତ୍ରୀ ଏହି ପରୀକ୍ଷା ଦେଉଛନ୍ତି।

ପରୀକ୍ଷା ହଲକୁ ଆଡମିଟ୍ କାର୍ଡ ଓ ପରିଚୟ ପତ୍ର ନେବା ବାଧ୍ୟତାମୂଳକ ଅଟେ। ମୋଟ ୨୦୦ ମାର୍କର ଏହି ପ୍ରବେଶିକା ପରୀକ୍ଷା ଅନୁଷ୍ଠିତ ହେବ। ସମସ୍ତ ପ୍ରଶ୍ନ ସଂକ୍ଷିପ୍ତ ଓ ମଲ୍ଟିପୁଲ ଚଏସ ରହିବ। ସେହିପରି କ୍ୟାରିୟର ମାର୍କର ୫୦ ପ୍ରତିଶତ ଓ ପ୍ରବେଶିକା ମାର୍କର ୫୦ ପ୍ରତିଶତକୁ ମିଶାଇ ମେଧା ତାଲିକା ପ୍ରକାଶ କରାଯିବ।

ବାତ୍ୟା ‘ଫନି’ ପରେ ରାଜ୍ୟର ବିଭିନ୍ନ ବିଶ୍ୱବିଦ୍ୟାଳୟର ପରୀକ୍ଷା ଘୁଞ୍ଚିଥିବା ବେଳେ ଓୟୁଏଟି ପ୍ରବେଶିକା ପରୀକ୍ଷା ତାରିଖ ଘୁଞ୍ଚିବା ନେଇ ଶୁଣିବାକୁ ମିଳିଥିଲା। ତେବେ ଆସନ୍ତା ନିର୍ଦ୍ଧାରିତ ତାରିଖରେ ହିଁ ଓୟୁଏଟି ପ୍ରବେଶିକା ପରୀକ୍ଷା ହେବା ନେଇ ବିଶ୍ୱବିଦ୍ୟାଳୟ ପକ୍ଷରୁ କୁହାଯାଇଥିଲା।

ଡିଜିଟାଲ ମିଡିଆରେ ଓଡ଼ିଶାର ପ୍ରଳୟଙ୍କରୀ ବାତ୍ୟା ସମ୍ପର୍କରେ ନିୟମିତ ରିପୋର୍ଟ  ଓ ଭିଡିଓର ପ୍ରସ୍ତୁତି ତଥା ପ୍ରସାରଣ ପାଇଁ ଓଡ଼ିଶାଲାଇଭର ଜନକଲ୍ୟାଣ ସାମ୍ବାଦିକତା ଅଭିଯାନରେ ସାମିଲ ହୁଅନ୍ତୁ। ସହଯୋଗ ଦେବାପାଇଁ ଏଇଠି କ୍ଲିକ୍ କରନ୍ତୁ।

Comment