ଓଡ଼ିଶାଲାଇଭ ପଲିଟିକାଲ୍ ବ୍ୟୁରୋ

ଆଜି ସାରାଦେଶରେ ୨୦୧୯ ନିର୍ବାଚନର ଶେଷ ପର୍ଯ୍ୟାୟ ମତଦାନ ହେଉଛି। ୭ ରାଜ୍ୟରେ ୫୯ ଲୋକସଭା ଆସନ ଲାଗି ଭୋଟିଂ ହେଉଛି। ତେବେ ଶେଷ ପର୍ଯ୍ୟାୟରେ ବି ପଶ୍ଚିମବଙ୍ଗରେ ନିର୍ବାଚନୀ ହିଂସା ଦେଖିବାକୁ ମିଳିଛି। ପ୍ରାୟ ପ୍ରତି ପର୍ଯ୍ୟାୟରେ ପଶ୍ଚିମବଙ୍ଗରେ ହିଂସା ଦେଖିବାକୁ ମିଳିଛି।

ଭାଟପାରା ଆସନରେ ହିଂସା ଦେଖିବାକୁ ମିଳିଛି। ଏଠାରେ ପ୍ରଥମେ ଗୁଳି ତା’ପରେ ବୋମାମାଡ଼ ଆଉ ଶେଷରେ କାରରେ ନିଆଁ ଲଗାଯାଇଛି।

ଏହି ଘଟଣାପରେ ଟିଏମସି କର୍ମୀ ବିଜେପିର ଲୋକସଭା ପ୍ରାର୍ଥୀ ଅର୍ଜୁନ ସିଂହଙ୍କୁ ଟାର୍ଗେଟ କରୁଥିବା ବେଳେ ବିଜେପି ଏହି ଘଟଣା ପାଇଁ ଟିଏମସି ଓ ପଶ୍ଚିମବଙ୍ଗର ପୋଲିସକୁ ଦାୟୀ କରୁଛନ୍ତି।

ଯେଉଁ ଆସନରେ ହିଂସାକାଣ୍ଡ ହୋଇଛି ସେଠି ବିଜେପିର ଅର୍ଜୁନ ସିଂ ବିଧାୟକ ଥିଲେ ଏଥର ସେ ସାଂସଦ ପ୍ରାର୍ଥୀ ଲାଗି ନିର୍ବାଚନ ଲଢ଼ୁଛନ୍ତି। ଏହି ଘଟଣାପରେ ପୋଲିସ ସେଠାରେ ପହଞ୍ଚି ସ୍ଥିତି ନିୟନ୍ତ୍ରଣ ପାଇଁ ଚେଷ୍ଟା କରୁଛନ୍ତି।

ଡିଜିଟାଲ ମିଡିଆରେ ଓଡ଼ିଶାର ପ୍ରଳୟଙ୍କରୀ ବାତ୍ୟା ସମ୍ପର୍କରେ ନିୟମିତ ରିପୋର୍ଟ  ଓ ଭିଡିଓର ପ୍ରସ୍ତୁତି ତଥା ପ୍ରସାରଣ ପାଇଁ ଓଡ଼ିଶାଲାଇଭର ଜନକଲ୍ୟାଣ ସାମ୍ବାଦିକତା ଅଭିଯାନରେ ସାମିଲ ହୁଅନ୍ତୁ। ସହଯୋଗ ଦେବାପାଇଁhttps://pages.razorpay.com/cyclonefani କ୍ଲିକ୍ କରନ୍ତୁ।

Comment