ଓଡ଼ିଶାଲାଇଭ୍ ବ୍ୟୁରୋ

କଳାହାଣ୍ଡି ଜିଲ୍ଲା ଭବାନୀପଟଣା ସଦର ଥାନା ଅନ୍ତର୍ଗତ ମଣିଙ୍ଗପଦ ଗାଁ ରାସ୍ତା କଡ଼ରୁ ଏକ ନବଜାତ ଶିଶୁ କନ୍ୟା ଉଦ୍ଧାର କରାଯାଇଛି। ଆଜି ସକାଳେ ଜଣେ ମହିଳା ସେହି ରାସ୍ତା ଦେଇ ଯାଉଥିବା ବେଳେ ଶିଶୁଟିର କାନ୍ଦ ଶୁଣିବାକୁ ପାଇଥିଲେ। ଏହାପରେ ସେ ଶିଶୁଟିକୁ ଦେଖିଥିଲେ। ଏନେଇ ସେ ଗାଁ ଲୋକଙ୍କୁ ଜଣାଇଥିଲେ।

ଏହାପରେ ଗାଁ ଲୋକ ପୋଲିସକୁ ଖବର କରିଥିଲେ। ଏହାପରେ ଶିଶୁଟିକୁ ଭବାନୀପାଟଣା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ଶିଶୁଟିର ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଥିଲା। ବର୍ତ୍ତମାନ ଶିଶୁଟି ସୁସ୍ଥ ଥିବା ଜଣାପଡ଼ିଛି।

ଡିଜିଟାଲ ମିଡିଆରେ ଓଡ଼ିଶାର ପ୍ରଳୟଙ୍କରୀ ବାତ୍ୟା ସମ୍ପର୍କରେ ନିୟମିତ ରିପୋର୍ଟ  ଓ ଭିଡିଓର ପ୍ରସ୍ତୁତି ତଥା ପ୍ରସାରଣ ପାଇଁ ଓଡ଼ିଶାଲାଇଭର ଜନକଲ୍ୟାଣ ସାମ୍ବାଦିକତା ଅଭିଯାନରେ ସାମିଲ ହୁଅନ୍ତୁ। ସହଯୋଗ ଦେବାପାଇଁ ଏଇଠି କ୍ଲିକ୍ କରନ୍ତୁ।

Comment