ଓଡ଼ିଶାଲାଇଭ ପଲିଟିକାଲ୍ ବ୍ୟୁରୋ

ନିର୍ବାଚନ ଫଳାଫଳ ଘୋଷଣା ପୂର୍ବରୁ ରବିବାର ଆସିଛି ଏକଜିଟ୍ ପୋଲ ସର୍ଭେ। ବିଭିନ୍ନ ସଂସ୍ଥା ସେମାନଙ୍କର ଆକଳନ ସାମ୍ନାକୁ ଆଣିଛନ୍ତି। ଯେଉଁଥିରେ ଗୋଟିଏ କଥା ପ୍ରାୟ ସମସ୍ତଙ୍କ ଆକଳନରେ ଦେଖିବାକୁ ମିଳିଛି ତାହା ହେଉଛି ଉତ୍ତର ପ୍ରଦେଶରେ ବିଜେପିକୁ ୨୦୧୪ ପରି ପରିଣାମ ୨୦୧୯ ରେ ମିଳିବନାହିଁ।

ଆକଳନ ଅନୁସାରେ ବିଜେପିକୁ ୨୦୧୯ରେ ଉତ୍ତରପ୍ରଦେଶରେ ୨୦ ଆସନର କ୍ଷତି ହେବ ଓ ମେଣ୍ଟକୁ ଫାଇଦା ହେବ। ଅନ୍ୟପଟେ ଚର୍ଚ୍ଚା ହେଉଛି କି ବିଜେପିକୁ ଉତ୍ତରପ୍ରଦେଶରେ ଯେଉଁ କ୍ଷତି ହୋଇଛି ତାହାର ପୂରଣ ପଶ୍ଚିମବଙ୍ଗ, ବିହାର ଓ ଓଡ଼ିଶାରୁ ଦଳକୁ ହେଉଛି।

୨୦୧୪ ବିଜେପିକୁ ଓଡ଼ିଶାରେ ମାତ୍ର ଗୋଟିଏ ଆସନରେ ସଫଳତା ମିଳିଥିଲା। ମାତ୍ର ଏଥର ଆକଳନ ଅନୁସାରେ ବିଜେପିକୁ ଓଡ଼ିଶାରେ ୧୦ରୁ ୧୫ ମଧ୍ୟରେ ଆସନରେ ସଫଳତା ମିଳିବ।

ସେହପରି ଏକଜିଟ ପୋଲର ଆକଳନ ଅନୁସାରେ ଏଥର ପଶ୍ଚିମବଙ୍ଗରେ ବିଜେପିକୁ ୧୭ଟି ଆସନରେ ସଫଳତା ମିଳିପାରେ। ଏହାର ଅର୍ଥ ହେଉଛି ୨୦୧୪ ତୁଳନାରେ ଏହି ଦୁଇଟି ରାଜ୍ୟରେ ବିଜେପିକୁ ୨୬ରୁ ଅଧିକ ଆସନରେ ସଫଳତା ମିଳିବ। ଯାହା ଉତ୍ତରପ୍ରଦେଶରେ ଦଳକୁ ହେଉଥିବା କ୍ଷତିର ଭରଣା କରିପାରିବ ବୋଲି ରାଜନୈତିକ କରିଡରରେ ଚର୍ଚ୍ଚା ହେଉଛି। ଏହାସହିତ ୨୦୧୪ପରିସ୍ଥିତି ବିହାରର ଏଥରର ରେଜଲ୍ଟରେ ଦେଖିବାକୁ ମିଳିବ ବୋଲି ଏକଜିଟ୍ ପୋଲର ପୂର୍ବ ଆକଳନ। ତେବେ ସବୁ ଆକଳନ କେତେ ଏକଜାଟ୍ ସାବ୍ୟସ୍ତ ହେଉଛି ତାହା ସ୍ପଷ୍ଟ ହେବ ୨୦୧୯ ମେ ୨୩ ଗୁରବାର। ଯାହାକୁ ରହିଛି ସମସ୍ତଙ୍କ ଅପେକ୍ଷା

Comment