ଓଡ଼ିଶାଲାଇଭ୍‌ ପଲିଟିକାଲ ବ୍ୟୁରୋ

ରବିବାର ଦିନ ଏକଜିଟ ପୋଲ ଫଳ ପ୍ରକାଶ ପାଇବା ପରେ ବିଜେପିରେ ଆନନ୍ଦ ଉଲ୍ଲାସର ଲହରୀ ଖେଳିଯାଇଛି। ପ୍ରାୟ ସମସ୍ତ ଏକଜିଟ ପୋଲ ବିଜେପି କ୍ଷମତାକୁ  ଫେରିବ ବୋଲି ଭବିଷ୍ୟବାଣୀ କରିଛନ୍ତି। ଗୋଟିଏ ପଟେ କଂଗ୍ରେସ ମହଲରେ ବିଷାଦ ଲକ୍ଷ୍ୟ କରାଯାଇଥିବା ବେଳେ ଅପର ପକ୍ଷରେ ଦିଲ୍ଲୀ ବିଜେପି କାର୍ଯ୍ୟାଳୟରେ ମେ ୨୩ ସେଲିବ୍ରେସନ ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଯାଇଥିବା ଖବର ଆସୁଛି।

ମେ’ ୨୩ ରେ ଯେଉଁ ଫଳ ପ୍ରକାଶ ପାଇବାକୁ ଯାଉଛି ଏକଜିଟ ପୋଲର ଫଳ ଭଳି ହିଁ ହେବ ବୋଲି ବିଜେପି ନେତାଙ୍କ ମଧ୍ୟରେ ଆଲୋଚନା ଚାଲିଛି। ଏଥିପାଇଁ ବିଜେପି ମୁଖ୍ୟାଳୟରେ ବଡ଼ ଧରଣର ଉତ୍ସବ ଅନୁଷ୍ଠିତ ହେବ ବୋଲି ଜଣାପଡିଛି। ସାତ ପର୍ଯ୍ୟାୟ ନିର୍ବାଚନ ବେଳେ ଯେଉଁ ଅଫିସ କର୍ମଚାରୀ କଡ଼ା ପରିଶ୍ରମ କରିଥିଲେ ସେମାନଙ୍କୁ ଛୁଟି ଦିଆଯାଇଥିବା ବେଳେ ଗୁରୁବାର ସନ୍ଧ୍ୟାରେ ବିଜେପି ଅଫିସରେ ଉତ୍ସବ ପାଳନ ପାଇଁ ଆଉ କିଛି କର୍ମଚାରୀଙ୍କୁ ଦାୟିତ୍ୱ ଦିଆଯାଇଛି।

ଉଲ୍ଲେଖଯୋଗ୍ୟ ଯେ ରବିବାର ଦିନ ପ୍ରାୟ ସବୁ ଚ୍ୟାନେଲ ବିଜେପିକୁ  ୩୦୦ରୁ ଅଧିକ ଆସନ ଦେଇଛନ୍ତି। କେବଳ ଦୁଇଟି ଚ୍ୟାନେଲ କହିଛନ୍ତି ବିଜେପିକୁ ପୂର୍ଣ୍ଣ ସଂଖ୍ୟା ଗରିଷ୍ଠତା ମିଳିବ ନାହିଁ।

Comment