ଓଡ଼ିଶାଲାଇଭ୍ ବ୍ୟୁରୋ

ମେ’ ୨୩ରେ ପ୍ରକାଶ ପାଇବ ସାଧାରଣ ନିର୍ବାଚନ ଫଳାଫଳ। ଏନେଇ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ (ସିଇଓ) କାର୍ଯ୍ୟାୟ ପକ୍ଷରୁ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି।

ଆସନ୍ତା ୨୩ ସକାଳ ୮ଟାରୁ ଗଣତି ଆରମ୍ଭ ହେବ। ୭ଟି ଟେବୁଲରେ ଭୋଟ୍ ଗଣତି ହେବ। ୧୦ଟି ଟେବୁଲରେ ଭୋଟ୍ ଗଣତି ପାଇଁ ପ୍ରସ୍ତାବ ଥିଲା। ତେବେ ଗଣତି କେନ୍ଦ୍ରରେ ସ୍ଥାନ ଅଭାବ ଯୋଗୁଁ ଗଣତି ପାଇଁ ୭ଟି ଟେବୁଲ ରଖାଯାଇଛି।

ପ୍ରତ୍ୟେକ କେନ୍ଦ୍ରରେ ୯ ଜଣ ଗଣତି ଏଜେଣ୍ଟ ରହିବେ। କେନ୍ଦ୍ରୀୟ ଟେବୁଲରେ ଜଣେ ଏଜେଣ୍ଟ ଏବଂ ବାଲଟ ଗଣତି ପାଇଁ ଜଣେ ଏଜେଣ୍ଟ ରହିବେ।

ପୋଷ୍ଟାଲ ବାଲଟ ଗଣତି ପାଇଁ ସର୍ବାଧିକ ସମୟସୀମା ୩୦ ମିନିଟ୍ ରହିଥିବା ବେଳେ ପ୍ରତ୍ୟେକ ରାଉଣ୍ଡ ଗଣତି ପାଇଁ ୨୦ ମିନିଟ୍ ଧାର୍ଯ୍ୟ କରାଯାଇଛି।

ଡିଜିଟାଲ ମିଡିଆରେ ଓଡ଼ିଶାର ପ୍ରଳୟଙ୍କରୀ ବାତ୍ୟା ସମ୍ପର୍କରେ ନିୟମିତ ରିପୋର୍ଟ  ଓ ଭିଡିଓର ପ୍ରସ୍ତୁତି ତଥା ପ୍ରସାରଣ ପାଇଁ ଓଡ଼ିଶାଲାଇଭର ଜନକଲ୍ୟାଣ ସାମ୍ବାଦିକତା ଅଭିଯାନରେ ସାମିଲ ହୁଅନ୍ତୁ। ସହଯୋଗ ଦେବାପାଇଁ ଏଇଠି କ୍ଲିକ୍ କରନ୍ତୁ।

Comment