ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ

ଯଦି ଏକଜିଟ ପୋଲର ଆକଳନକୁ ଭରସା କରାଯାଏ ତ ଏଥର ୨୦୧୯ରେ ପୁଣି ମୋଦି ସରକାର ସତ୍ତାକୁ ଆସିପାରନ୍ତି। ହେଲେ ଅତୀତରେ ଦେଖାଯାଇଛି ଯେ, ଏକଜିଟି ପୋଲର ଆକଳନ ସମ୍ପୂର୍ଣ୍ଣ ସଠିକ ହୋଇନଥାଏ।

୨୦୧୪ ନିର୍ବାଚନରେ ଏନଡିଏ ୩୩୬ ସିଟରେ ସତ୍ତାକୁ ଆସିଥିଲା। ହେଲେ ଏକଜିଟ ପୋଲ ଆକଳନରେ ଏନଡିଏକୁ ଏତେ ସଂଖ୍ୟକ ସିଟ ମିଳିବ ବୋଲି ଅନୁମାନ କରାଯାଇନଥିଲା। କେବଳ ଟୁଡେଜ ଚାଣକ୍ୟ ଏନଡିଏକୁ ୩୦୦ ସିଟ ପାର କରିବାର ଅନୁମାନ କରିଥିଲା।

ବାକି ସବୁ ଚ୍ୟାନେଲର ଏକଜିଟ ପୋଲ ସମ୍ପୂର୍ଣ୍ଣ ଭୁଲ ପ୍ରମାଣ ହୋଇଥିଲା।

ସେହପରି ୨୦୦୯ ନିର୍ବାଚନରେ ମଧ୍ୟ ଯାହା ଅନୁମାନ କରାଯାଇଥିଲା ତାହା ଭୁଲ ପ୍ରମାଣିତ ହୋଇଥିଲା। ଏକଜିଟ ପୋଲରେ କୁହାଯାଇଥିଲା ଯେ, ଏନଡିଏ ୟୁପିଏଠୁ ସତ୍ତା ଚଢ଼ାଇ ନେବ ହେଲେ ଏହି ଆକଳନ ଭୁଲ ପ୍ରମାଣିତ ହୋଇଥିଲା।

୨୦୦୪ ନିର୍ବାଚନରେ ଷ୍ଟାର ସି ଭୋଟର ଅନୁମାନ କରିଥିଲାଯେ,  ବିଜେପି ୨୭୫ ଓ ଏନଡିଏକ ୨୯୦ ସିଟରେ ଅଟଳ ବିହାରୀ ବାଜପେୟୀ ପୁଣିଥରେ ସତ୍ତାକୁ ଫେରିବେ ହେଲେ ଏହା ହୋଇନଥିଲା। ଏକଜିଟ ପୋଲର ଆକଳନକୁ ଭୁଲ ପ୍ରମାଣ କରି କଂଗ୍ରେସ ଭଲ ପ୍ରଦର୍ଶନ କରିଥିଲା।

Comment