ଓଡ଼ିଶାଲାଇଭ୍ ପଲିଟିକାଲ୍ ବ୍ୟୁରୋ

ବାତ୍ୟା ଫନିରେ ପ୍ରଭାବିତ ହୋଇଥିବା ଲୋକଙ୍କ ପାଇଁ ସହାୟତାର ହାତ ବଢ଼ାଇଲା ଗେଲ୍ ଇଣ୍ଡିଆ। ଓଡ଼ିଶା ରାଜ୍ୟ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷ (ଓସଡମା)କୁ ରିଲିଫ ଏବଂ ଥଇଥାନ ବାବଦରେ ୫ କୋଟି ଟଙ୍କାର ସହାୟତା ରାଶି ପ୍ରଦାନ କରିଛନ୍ତି ଗେଲ୍ ଇଣ୍ଡିଆ କର୍ତ୍ତୃପକ୍ଷ।

ଗେଲ୍ ଇଣ୍ଡିଆ ଜେନେରାଲ ମ୍ୟାନେଜର (ନିର୍ମାଣ) କେ ଭି ଜି ଶ୍ରୀନିବାସ ସ୍ୱତନ୍ତ୍ର ରିଲିଫ କମିଶନର ବିଷ୍ଣୁପଦ ସେଠୀଙ୍କୁ ୫ କୋଟି ଟଙ୍କାର ଚେକ୍ ପ୍ରଦାନ କରିଥିଲେ।

ଗତ ୩ ତାରିଖରେ ବାତ୍ୟା ଫନି ଓଡ଼ିଶାକୁ ଛାରଖାର କରିଦେଇଥିଲା। ବିଶେଷକରି ପୁରୀ ଏବଂ ଭୁବନେଶ୍ୱରରେ ତାଣ୍ଡବ ରଚିଥିଲା ଫନି। ଓଡ଼ିଶାର ପୁନର୍ଗଠନ ପାଇଁ ବିଭିନ୍ନ ସଂସ୍ଥା ସହାୟତାର ହାତ ବଢ଼ାଉଛନ୍ତି।

Comment