ଓଡ଼ିଶାଲାଇଭ ପଲିଟାକାଲ୍ ବ୍ୟୁରୋ

ସରିଛି ୭ ଟି ପର୍ଯ୍ୟାୟରେ ନିର୍ବାଚନ। ଏବେ ପୂରା ଦେଶ ଅପେକ୍ଷା କରିଛି ୨୩ରେ ଆସିବାକୁ ଥିବା ରେଜଲ୍ଟକୁ। ଏହି ନିର୍ବାଚନର ପ୍ରଚାର ଲାଗି ଉଭୟ କଂଗ୍ରେସ ,ବିଜେପି ସହ ଅନ୍ୟ ଦଳମାନେ ପୂରା ଦମ୍ ଲଗାଇ ଦେଇଥିଲେ। ନିର୍ବାଚନୀ ମଇଦାନ ଛଡ଼ା ଇଣ୍ଟରନେଟ ବି ଦଳମାନେ ସେମାନଙ୍କର ପ୍ରଚାର କରିଥିବା ଦେଖିବାକୁ ମିଳିଥିଲା।

ଏବେ ନିର୍ବାଚନ ସରିବା ପରେ ଏ ନେଇ ଏକ ସଂଖ୍ୟା ଆସୁଛି ଯେଉଁଥିରେ ଜଣା ପଡ଼ୁଛି କି ବିଭିନ୍ନ ଦଳ ଗୁଗୁଲ୍ ଓ ଫେସବୁକରେ ପ୍ରଚାର ଲାଗି ବିଜ୍ଞାପନ ମାଧ୍ୟମରେ ପାଖାପାଖି ୫୩ କୋଟି ଟଙ୍କା ଖର୍ଚ୍ଚ କରିଛନ୍ତି।

ଫେସବୁକର ଆଡ୍ ଲାଇବ୍ରେରୀର ଏକ ରିପୋର୍ଟ ଅନୁସାରେ ଫେବ୍ରୁଆରିରୁ ମାର୍ଚ୍ଚ ମଧ୍ୟରେ ରାଜନୈତିକ ଦଳଗୁଡ଼ିକ ୧.୨୧ ଲକ୍ଷ ବିଜ୍ଞାପନରେ ୨୬.୫ କୋଟି ଟଙ୍କା ଖର୍ଚ୍ଚ କରିଛନ୍ତି।

ଏହି ବିଜ୍ଞାପନରେ ବିଜେପି ୪.୨୩ କୋଟି ଫେସବୁକରେ ଖର୍ଚ୍ଚ କରିଛି। ସେହିପରି ଗୁଗୁଲରେ ଦଳ ଗୁଡ଼ିକ ୧୭ କୋଟି ଟଙ୍କାର ବିଜ୍ଞାପନ ଦେଇଛନ୍ତି। କଂଗ୍ରେସର କଥା ଯଦି ଆଲୋଚନା କରିବା ତେବେ ୧.୪୬ କୋଟି ଫେସବୁକରେ ଖର୍ଚ୍ଚ କରିଛି ଓ ୨.୭୧ କୋଟି ଟଙ୍କାର ବିଜ୍ଞାପନ ଗୁଗୁଲରେ ଖର୍ଚ୍ଚ କରିଛି।

ଅନ୍ୟ ଦଳ ମାନଙ୍କର ବାବଦରେ ଯଦି କଥା ହେବା ତେବେ ଟିଏମସି ଫେସବୁକ୍ ବିଜ୍ଞାପନରେ ୨୯.୨୮ ଲକ୍ଷ, ଆମ ଆଦମୀ ପାର୍ଟି ୧୩.୬୨ଲକ୍ଷ ଟଙ୍କା ଖର୍ଚ୍ଚ କରିଛି। ସେପଟେ ଗୁଗୁଲ୍, ୟୁ ଟ୍ୟୁବ୍ ଓ ସେମାନଙ୍କ ପାଟର୍ନର କମ୍ପାନିମାନଙ୍କରେ ନିର୍ବାଚନ ପ୍ରଚାର ଲାଗି ୧୪.୮୩୭ ବିଜ୍ଞାପନରେ ୨୭.୩୬ କୋଟି ଟଙ୍କା ଖର୍ଚ୍ଚ କରିଛନ୍ତି।

ଡିଜିଟାଲ ମିଡିଆରେ ଓଡ଼ିଶାର ପ୍ରଳୟଙ୍କରୀ ବାତ୍ୟା ସମ୍ପର୍କରେ ନିୟମିତ ରିପୋର୍ଟ  ଓ ଭିଡିଓର ପ୍ରସ୍ତୁତି ତଥା ପ୍ରସାରଣ ପାଇଁ ଓଡ଼ିଶାଲାଇଭର ଜନକଲ୍ୟାଣ ସାମ୍ବାଦିକତା ଅଭିଯାନରେ ସାମିଲ ହୁଅନ୍ତୁ। ସହଯୋଗ ଦେବାପାଇଁ ଏଇଠି କ୍ଲିକ୍ କରନ୍ତୁ।

Comment