ଓଡ଼ିଶାଲାଇଭ୍ ବ୍ୟୁରୋ

ବଳିଉଡ ଜଣାଶୁଣା ନିର୍ଦ୍ଦେଶକ ସଞ୍ଜୟଲୀଲା ଭଂସାଲିଙ୍କ ଝିଆରୀ ଶର୍ମିନ ସହଗଲ ବଲିଉଡରେ ଡେବ୍ୟୁ କରିବାକୁ ଯାଉଛନ୍ତି। ଏବଂ ତାଙ୍କ ସହିତ ଆଉ ଜଣେ ଷ୍ଟାରକିଡ ମଧ୍ୟ ଅଛନ୍ତି। ସେ ହେଲେ ଜାଭେଦ ଜାଫରୀଙ୍କ ପୁଅ ମୀଜାନ।

ଫିଲ୍ମ ମଲାଲ ଜରିଆରେ ଉଭୟ ଷ୍ଟାରକିଡ ବଲିଉଡରେ ଏଣ୍ଟ୍ରି କରିବେ। ନିକଟରେ ଏହି ଫିଲ୍ମର ଟ୍ରେଲର ରିଲିଜ ହୋଇଛି। ଟ୍ରେଲର ଟି ଖୁବ୍ କମ ସମରେ ହୋଇଥିଲେ ମଧ୍ୟ ଦର୍ଶକ ଏହାକୁ ଖୁବ୍ ପସନ୍ଦ କରିଛନ୍ତି। ଏହି ଫିଲ୍ମରେ ସମ୍ପୂର୍ଣ୍ଣ ନୂଆ ଚେହେରାକୁ ଦେଖିବାକୁ ପାଇବେ ଦର୍ଶକ।

ନିଜେ ସଞ୍ଜୟ ଲୀଲା ଭଂସାଲୀ ଫିଲ୍ମର ନିର୍ଦ୍ଦେଶନା ଓ ପ୍ରଡକ୍ସନ ଦାୟିତ୍ୱରେ ଅଛନ୍ତି। ଏହି ଫିଲ୍ମରେ ଏକ ଭିନ୍ନ ଧରଣ ମରାଠୀ ଲଭଷ୍ଟୋରୀ ଦେଖିବାକୁ ମିଳିବା

ଫିଲ୍ମଟି ଚଳିତ ବର୍ଷ ୨୦୧୯ରେ ରିଲିଜ ହେବ ବୋଲି ଜଣାପଡ଼ିଛି।

ଡିଜିଟାଲ ମିଡିଆରେ ଓଡ଼ିଶାର ପ୍ରଳୟଙ୍କରୀ ବାତ୍ୟା ସମ୍ପର୍କରେ ନିୟମିତ ରିପୋର୍ଟ  ଓ ଭିଡିଓର ପ୍ରସ୍ତୁତି ତଥା ପ୍ରସାରଣ ପାଇଁ ଓଡ଼ିଶାଲାଇଭର ଜନକଲ୍ୟାଣ ସାମ୍ବାଦିକତା ଅଭିଯାନରେ ସାମିଲ ହୁଅନ୍ତୁ। ସହଯୋଗ ଦେବାପାଇଁ ଏଇଠି କ୍ଲିକ୍ କରନ୍ତୁ।

Comment