ଓଡ଼ିଶାଲାଇଭ ବ୍ୟୁରୋ

ବାତ୍ୟା ପାଇଁ ଦୀର୍ଘ ୧୯ ଦିନରୁ ବନ୍ଦ ରହିଥିବା ନନ୍ଦନକାନନ ଜାତୀୟ ପ୍ରାଣୀ ଉଦ୍ୟାନ ଯାହା ଆଜିଠୁ ପର୍ଯ୍ୟଟକଙ୍କ ଲାଗି  ଖୋଲିବ।

ବାତ୍ୟା ‘ଫନି’କୁ ଦୃଷ୍ଟିରେ ରଖି ନନ୍ଦନକାନନ ଜାତୀୟ ପ୍ରାଣୀ ଉଦ୍ୟାନ ଗତ ୨ ତାରିଖରୁ ବନ୍ଦ କରାଯାଇଥିଲା। ୨୧ ତାରିଖରେ ନନ୍ଦନକାନନ ଖୋଲିବା ନେଇ ସୂଚନା ଓ ଲୋକ ସମ୍ପର୍କ ବିଭାଗର ସଚିବ ଏସ୍‌ କେ ସିଂହ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଥିଲେ।

ନନ୍ଦନକାନନ ସଂଲଗ୍ନ ବଟାନିକାଲ ଗାର୍ଡେନ ବି ଆଜି ଖୋଲିବ। ବାତ୍ୟା ‘ଫନି’ ପାଇଁ ନନ୍ଦନକାନନ ଓ ବଟାନିକାଲ ଗାର୍ଡେନ ବନ୍ଦ କରିବା ପାଇଁ ନିଷ୍ପତ୍ତି ନିଆଯାଇଥିଲା।

‘ଫନି’ରେ ଜଙ୍ଗଲ ଓ ପରିବେଶ ବିଭାଗର ୫୩୭ କୋଟି ଟଙ୍କାର ସମ୍ପତ୍ତି ନଷ୍ଟ ହୋଇଛି। ସେହିପରି ପାଖାପାଖି ୯ ଲକ୍ଷ ଗଛ ଭାଙ୍ଗିଯାଇଥିବା ବେଳେ ୫ ଲକ୍ଷରୁ ଅଧିକ ଗଛ ଉପୁଡ଼ି ପଡ଼ିଛି। ଏହାସହିତ ନନ୍ଦନକାନନରେ ବି ବାତ୍ୟା ଫନି ଅନେକ କ୍ଷୟକ୍ଷତି କରିଛି।

Comment