ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ

ଭିଭିପାଟ ସହ ଇଭିଏମ୍ ମେଳ କରିବାକୁ ଦାବି କଲେ ବିରୋଧୀ।

ନିର୍ବାଚନ ଫଳାଫଳ ଆସିବା ପୂର୍ବରୁ ଆଜି ଏକାଠି ହୋଇଛନ୍ତି ୨୨ ବିରୋଧୀ ଦଳ। ନିର୍ବାଚନ କମିଶନଙ୍କୁ ଭେଟି ପ୍ରଥମେ ଭିଭିପାଟ ମେସିନ ଗଣତି କରିବାକୁ ଦାବି କରିଛନ୍ତି। ଭିଭିପାଟରୁ ଯେଉଁ ଫଳ ବାହାରିବ ତାକୁ ଇଭିଏମ୍ ସହ ମିଳାଇବା ପାଇଁ ସ୍ମାରକପତ୍ର ଦେଇଛନ୍ତି।

ସବୁଠୁ ବଡ଼ କଥା ହେଉଛି ଯେଉଁ ୨୨ଟି ଦଳ ଆଜି ଏକାଠି ହୋଇ ନିର୍ବାଚନ କମିଶନଙ୍କୁ ସ୍ମାରକପତ୍ର ଦେଇଥିଲେ ସେମାନେ ହେଉଛନ୍ତି ସମସ୍ତେ ବିଜେପି ବିରୋଧୀ।

କିଏ ଥିଲେ ବିରୋଧୀ ମେଳିରେ?

କଂଗ୍ରେସର ଅହମ୍ମଦ ପଟେଲ, ଗୁଲାମନବୀ ଆଜାଦ୍, ଅଶୋକ ଗେହଲଟ, ଅଭିଷେକ ମନୁ ସଂଘବୀ, ତେଲୁଗୁ ଦେଶମ ପାର୍ଟିର ଚନ୍ଦ୍ରବାବୁ ନାଇଡୁ, ବହୁଜନ ସମାଜବାଦୀ ପାର୍ଟିର ସତୀଶ ଚନ୍ଦ୍ର ମିଶ୍ରା, ସିପିଏମ୍‌ର ସୀତାରାମ ୟେଚୁରୀ, ସିପିଆଇର ଡି ରାଜା, ଆମ୍ ଆଦମୀ ପାର୍ଟିର ଅରବିନ୍ଦ କେଜରିଓ୍ୱାଲ, ତୃଣମୂଳ କଂଗ୍ରେସର ଡେରେକ ଓ ବ୍ରାଏନ, ସମାଜବାଦୀ ପାର୍ଟିର ରାମ ଗୋପାଳ ଯାଦବ, ଡିଏମ୍‌କେର କାନି ମୋଝି, ରାଜେଡିର ମନୋଜ ଝା, ଏନସିପିର ମଜିଦ ମେମନ ପ୍ରମୁଖ ନିର୍ବାଚନ କମିଶନଙ୍କୁ ଭେଟିଥିଲେ।

୨୨ ବିରୋଧୀ ଦଳର ପ୍ରତିନିଧି ନିର୍ବାଚନ କମିଶନଙ୍କୁ ଭେଟି ସ୍ମାରକପତ୍ର ଦେବା ପରେ ନିର୍ବାଚନ କମିଶନ କହିଛନ୍ତି ଯେ ଇଭିଏମ୍ ପୂରା ସୁରକ୍ଷିତ। ଆସନ୍ତା କାଲି କମିଶନ ବିରୋଧୀ ଦଳର ପ୍ରତିନିଧିମାନଙ୍କ ସହ ଆଲୋଚନା କରିବେ।

Comment