ଓଡ଼ିଶାଲାଇଭ ଏଣ୍ଟରଟେନମେଣ୍ଟ ବ୍ୟୁରୋ

ବାହୁବଳୀ ଷ୍ଟାର ପ୍ରଭାସଙ୍କ ଆଗାମୀ ଫିଲ୍ମ ‘ସାହୋ‘କୁ  ଦର୍ଶକ ବେଶ ଉତ୍ସାହର ସହ ଅପେକ୍ଷା କରିଛନ୍ତି। ଫିଲ୍ମରେ ଏହି ବର୍ଷ ଅଗଷ୍ଟ ୧୫ରେ ରିଲିଜ ହେବ। ପ୍ରଭାସ ସୋମବାର ଇନଷ୍ଟାଗ୍ରାମରେ ଏକ ଭିଡିଓ ସେୟାର କରି ଦର୍ଶକଙ୍କୁ ସରପ୍ରାଇଜ ଦେବେ ବୋଲି କହିଥିଲେ।

ତେବେ ଦର୍ଶକଙ୍କ ପାଇଁ ପ୍ରଭାସଙ୍କ ସରପ୍ରାଇଜ ଏବେ ସାମ୍ନାକୁ ଆସିଛି। ପ୍ରଭାସ ‘ସାହୋ’ର ନୂଆ ପୋଷ୍ଟର ସେୟାର କରିଛନ୍ତି।  ପୋଷ୍ଟରରେ ପ୍ରଭାସଙ୍କ ନୂଆ ଲୁକ ଦେଖିବାକୁ ମିଳିଛି। ବାହୁବଳୀ ପରେ ପ୍ରଭାସଙ୍କୁ ଏହି ଫିଲ୍ମରେ ନୂଆ ଅବତାରରେ ଦେଖିବାକୁ ପାଇବେ ଦର୍ଶକା

ସାହୋର ନୂଆ ପୋଷ୍ଟର ଆସିବା ପରେ ଫ୍ୟାନ୍ସଙ୍କ ଉତ୍ସାହ ୨ ଗୁଣା ହୋଇଛି। ସୋସିଆଲ ମିଡିଆରେ ଏହାର ଝଲକ ଦେଖିବାକୁ ମିଳୁଛି। ଆକ୍ସନ ଥ୍ରିଲର ଫିଲ୍ମ ‘ସାହୋ’ରେ ପ୍ରଭାସଙ୍କର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି।

ଏହି ଫିଲ୍ମରେ ତାଙ୍କ ବିପକ୍ଷରେ ନଜର ଆସିବେ ବଲିଉଡ ଅଭିନେତ୍ରୀ ଶ୍ରଦ୍ଧା କପୁର।

Comment