ଓଡ଼ିଶାଲାଇଭ୍ ବ୍ୟୁରୋ

ଶ୍ରୀମନ୍ଦିର ପରିଚାଳନା ସମିତି ବୈଠକରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି।

ପୁରୀ ଶ୍ରୀମନ୍ଦିରରେ ଲାଗିବ ଏଲଇଡି ଲାଇଟ୍। ଭକ୍ତମାନଙ୍କ ସୁବିଧା ପାଇଁ ଏଏସ୍‌ଆଇ ଏହି ଲାଇଟ୍ ଲଗାଇବ। ସେହିପରି ସେବାୟତମାନଙ୍କୁ ପାଳିଆ ପୁରସ୍କାର ଦିଆଯିବ। ଏ ସମ୍ପର୍କରେ ଆଜି ବସିଥିବା ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକରେ ନିଷ୍ପତ୍ତି ହୋଇଛି।

ବାତ୍ୟା ଫନି ପରେ ଗଜପତି ମହାରାଜା ଦିବ୍ୟସିଂହ ଦେବଙ୍କ ଅଧ୍ୟକ୍ଷତାରେ ବସିଥିଲା ଶ୍ରୀମନ୍ଦିର ପରିଚାଳନା ସମିତି ବୈଠକ। ଏହି ବୈଠକରେ ପୁରୀ ଜିଲ୍ଲାପାଳ ବଲଓ୍ୱନ୍ତ ସିଂହ ଯୋଗ ଦେଇଥିଲେ। ନୂତନ ଜିଲ୍ଲାପାଳ ଭାବେ ଦାୟିତ୍ୱ ନେବା ପରେ ଏହା ହେଉଛି ତାଙ୍କର ପ୍ରଥମ ବୈଠକ।

ଏହି ବୈଠକରେ ସ୍ନାନ ପୂର୍ଣ୍ଣିମା ଏବଂ ରଥଯାତ୍ରାକୁ ଶୃଙ୍ଖଳିତ ଭାବେ ପରିଚାଳନା ପାଇଁ ଆଲୋଚନା ହୋଇଥିଲା। ଜୟ ବିଜୟଙ୍କ ପ୍ରତିମୂର୍ତ୍ତି ପଥରରେ ନିର୍ମାଣ କରିବା ପାଇଁ ବୈଠକରେ ନିଷ୍ପତ୍ତି ହୋଇଛି। ବାତ୍ୟା ବେଳେ ଜୟଙ୍କ ମୂର୍ତ୍ତି ଭାଙ୍ଗି ଯାଇଥିଲା। ସେହିପରି ସିଂହଦ୍ୱାର ନିକଟରେ ଥିବା ପାଦ ଧୁଆ ସ୍ଥାନକୁ ବଦଳାଇବା ପାଇଁ ବୈଠକରେ ନିଷ୍ପତ୍ତି ହୋଇଛି।

ଏଏସ୍‌ଆଇର କାର୍ଯ୍ୟଶୈଳୀକୁ ନେଇ ଅସନ୍ତୋଷ ପ୍ରକାଶ କରିଥିଲେ ଗଜପତି ମହାରାଜା। ଲୁହା ଭାରାରେ ସିଂହ ମୂର୍ତ୍ତି ନିର୍ମାଣ କରାଯାଇଥିବାରୁ କ୍ଷୋଭ ପ୍ରକାଶ କରିଥିଲେ ଗଜପତି।

Comment