ଓଡ଼ିଶାଲାଇଭ ପଲିଟିକାଲ୍ ବ୍ୟୁରୋ

ମେ ୨୩ରେ ଆସିବାକୁ ଥିବା ରେଜଲ୍ଟ ପୂର୍ବରୁ ଆଲିଛି ଏକଜିଟ୍ ପୋଲର ଆକଳନ। ଯେଉଁଥିରେ ପ୍ରାୟ ଅଧିକାଂଶ ସଂସ୍ଥା ଏନଡିଏକୁ ବହୁମତ ଦେଇଛନ୍ତି। ସେପଟେ କଂଗ୍ରେସକୁ ନିରାଶ ହେଲାପରି ଆକଳନ କରିଛି ଏକଜିଟ୍ ପୋଲ।

ଏହି ଏକଜିଟ ପୋଲ ଆକଳନ ପରେ ଏନଡିଏ ନିଜ ବିଜୟକୁ ନେଇ ଅଧିକ ଆଶାବାଦୀ ଦେଖାଯାଉଥିବା ବେଳେ ୟୁପିଏ ଅପେକ୍ଷା କରିଛି ରେଜଲ୍ଟ।

ଆଜି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହ ଏନଡିଏ ନେତାଙ୍କୁ ନେଇ ବୈଠକ ଡାକିଛନ୍ତି। ଦିଲ୍ଲୀରେ ଅମିତ ଶାହ ଏନଡିଏ ଦଳଙ୍କୁ ଡିନରରେ ଡାକିଛନ୍ତି। ଏଥିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବି ଉପସ୍ଥିତ ରହିବା ନେଇ ଚର୍ଚ୍ଚା ହେଉଛି।

ଅମିତ ଶାହ ଦିଲ୍ଲୀର ଅଶୋକା ହୋଟେଲରେ ଡିନରର ଆୟୋଜନ କରିଛନ୍ତି। କୁହାଯାଉଛି କି ଏଠାରେ ଡିନର ସହ ରେଜଲ୍ଟ ଆସିବା ପରର ସ୍ଥିତି ବାବଦରେ ଆଲୋଚନା କରାଯାଇପାରେ। ଏହା ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନିଜ ମନ୍ତ୍ରୀମଣ୍ଡଳ ସହଯୋଗୀଙ୍କ ସହିତ ଅପରାହ୍ନ ୪ଟାରେ ବିଜେପି କାର୍ଯ୍ୟାଳୟରେ ବୈଠକ କରିପାରନ୍ତି। ମୋଦିଙ୍କ ସହିତ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହ ବି ଯୋଗଦେଇପାରନ୍ତି।

ସନ୍ଧ୍ୟା ୭ ଟାରେ ଡିନର ଆୟୋଜନ କରାଯାଇଛି। ଏଥିରେ ବିଜେପି ନେତୃତ୍ବାଧୀନ ଜେଡିୟୁ, ଶିବସେନା, ଅକାଳୀ ଦଳ ସମେତ ଅନ୍ୟାୟ ଦଳର ନେତାମାନେ ଉପସ୍ଥିତ ରହିପାରନ୍ତି। ତେବେ ଏ ପର୍ଯ୍ୟନ୍ତ ଏହା ସ୍ପଷ୍ଟ ହୋଇନି କି କେଉଁ ଦଳରୁ କେଉଁ ନେତା ଯୋଗଦେବେ।

Comment