ଓଡ଼ିଶାଲାଇଭ୍ ବ୍ୟୁରୋ

କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି ଓ ଭଉଣୀ ପ୍ରିୟଙ୍କା ଗାନ୍ଧି ମଙ୍ଗଳବାର ପିତା ରାଜୀବ ଗାନ୍ଧିଙ୍କ ପୁଣ୍ୟତିଥି ଅବସରରେ ତାଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି।

ଏହି ଅବସରରେ ଭାଇ ଭଉଣୀ ବାପାଙ୍କୁ ମନେ ପକାଇବା ସହ ଟୁଇଟରରେ କିଛି ପୁରୁଣା ସ୍ମୃତି ସେୟାର କରିଛନ୍ତି।

ପ୍ରିୟଙ୍କା ଗାନ୍ଧି ବାପାଙ୍କ ପୁଣ୍ୟତିଥି ଅବସରରେ ଅମିତାଭ ବଚ୍ଚନଙ୍କ ବାପା ହରିବଂଶ ରାୟ ବଚ୍ଚନଙ୍କର ଏକ କବିତା ସେୟାର କରିବା ସହ ‘ୟୁ ଅଲଓ୍ୱେଜ ବି ମାଇ ହିରୋ’ ଲେଖିଛନ୍ତି। ସେହି ପୋଷ୍ଟରେ ବାପାଙ୍କ ସହିତ ଥିବା ପିଲାବେଳର ଏକ ଫଟୋ ପ୍ରିୟଙ୍କା ସେୟାର କରିଛନ୍ତି।

ସେହପରି ରାହୁଲ ଗାନ୍ଧି ବାପାଙ୍କ ମନେ ପକାଇଛନ୍ତି।

‘‘ମୋ ବାପା ସ୍ନେହୀ, ଦୟାଳୁ ଥିଲେ। ସେ ମୋତେ ସମସ୍ତଙ୍କୁ ଭଲ ପାଇବା ଶିଖାଇଛନ୍ତି। କ୍ଷମା କରିବା ମଧ୍ ଶିଖାଇଛନ୍ତି। ମୁଁ ସବୁବେଳେ ତାଙ୍କୁ ମନେ ପକାଏ‘‘, ଟୁଇଟରେ ଲେଖିଛନ୍ତି ରାହୁଲ ଲେଖିଛନ୍ତି ରାହୁଲ।

୧୯୯୧ ମସିହା ମେ’୨୧ ତାରିଖରେ ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧିଙ୍କର ମୃତ୍ୟୁ ହୋଇଥିଲା।

ତାମିଲନାଡୁରେ ପ୍ରଚାର ସମୟରେ ଏକ ଆତ୍ମଘାତୀ ବିସ୍ଫୋରଣ କରାଯାଇଥିଲା। ଏହି ବିସ୍ଫୋରଣରେ ରାଜୀବ ଗାନ୍ଧି ପ୍ରାଣ ହରାଇଥିଲେ।

Comment