ଓଡ଼ିଶାଲାଇଭ୍‌ ବ୍ୟୁରୋ

ମାଟ୍ରିକ୍‌ ପରୀକ୍ଷାରେ ଫେଲ୍‌ ହୋଇ ଜଣେ ଛାତ୍ର ଆତ୍ମହତ୍ୟା କରିଥିବା ଅଭିଯୋଗ ସାମ୍ନାକୁ ଆସିଛି। ଏହି ଘଟଣା ଘଟିଛି ବାଲେଶ୍ୱର ଜିଲ୍ଲା ବସ୍ତା ବ୍ଲକ୍‌ ଅନ୍ତର୍ଗତ ପୁଣ୍ଡୁରୁଙ୍ଗି ଗାଁରେ। ମୃତ ଛାତ୍ରଙ୍କ ନାଁ ଶଙ୍କରସଣ ସେଠୀ। ସେ ହେଉଛନ୍ତି ସ୍ଥାନୀୟ ମୁଣ୍ଡୁରୁକୁଲା ଗାନ୍ଧିଜୀ ହାଇସ୍କୁଲର ଛାତ୍ର।

ଆଜି ସକାଳେ ମାଧ୍ୟାମିକ ଶିକ୍ଷା ପରିଷଦ ପକ୍ଷରୁ ମାଟ୍ରିକ୍‌ ରେଜଲ୍ଟ ପ୍ରକାଶ ପାଇଛି। ତେବେ ରେଜଲ୍ଟ ଫେଲ୍‌ ହୋଇଥିବାରୁ ଶଙ୍କରସଣ କୀଟନାଶକ ଖାଇ ଦେଇଥିଲେ।

ଗୁରୁତର ଅବସ୍ଥାରେ ସ୍ଥାନୀୟ ବସ୍ତା ସ୍ୱାସ୍ଥ୍ୟା କେନ୍ଦ୍ରରେ ଶଙ୍କରସଣଙ୍କୁ ଭର୍ତ୍ତି କରାଯାଇଥିଲା। ମେଡିକାଲରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି। ମାଟ୍ରିକ୍‌ ପରୀକ୍ଷାରେ ଫେଲ୍‌ ହୋଇଥିବାରୁ ସେ ଆତ୍ମହତ୍ୟା କରିଥିବା ପରିବାର ପକ୍ଷରୁ ସୂଚନା ମିଳିଛି।

Comment