ଓଡ଼ିଶାଲାଇଭ୍ ବ୍ୟୁରୋ

ଅସହ୍ୟ ଗରମ ଓ ଗୁଳୁଗୁଳିରେ ଜନଜୀବନ ଅସ୍ୟବସ୍ତ ହୋଇଗଲାଣି। ସକାଳ ୧୦ ଟା ପରେ ରାସ୍ତାଘାଟ ଶୂନଶାନ୍। ସନ୍ଧ୍ୟା ୫ଟା ପର୍ଯ୍ୟନ୍ତ ଅତ୍ୟନ୍ତ ଜରୁରୀ କାମ ନଥିଲେ ଘରୁ ବାହାରିବା ମୁସ୍କିଲ।

ସୋମବାର ୯ଟି ସହରର ତାମପାତ୍ରା ୪୦ଡିଗ୍ରୀ ଉପରେ ରେକର୍ଡ କରାଯାଇଥିବା ବେଳେ ୪୫.୫ ଡିଗ୍ରୀ ସହ ଟିଟିଲାଗଡ଼ ରାଜ୍ୟର ସବୁଠୁ ଉତ୍ତପ୍ତ ସହର ହୋଇଛି।

ଅନ୍ୟପଟେ ପାଣିପାଗ ବିଭାଗର ପୂର୍ବାନୁମାନ ଅନୁସାରେ ଏଭଳି ଖରାଗରମ ଆଜି ଓ ଆସନ୍ତାକାଲି ଲାଗି ରହିବ। ବିଶେଷ କରି ପଶ୍ଚିମ ଓ ଦକ୍ଷିଣ ଓଡ଼ିଶାର କିଛି ସ୍ଥାନରେ ତାତି ଅଧିକ ରହିବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି।

ଖରା ଗରମ ଯୋଗୁଁ ରାଜ୍ୟରେ ଅଂଶୁଘାତ ଜନିତ ମୃତ୍ୟୁ ସଂଖ୍ୟାର ଅଭିଯୋଗ ବି ଆସୁଛି। ପଶ୍ଚିମ ଓଡ଼ିଶାର ବିଶେଷ କରି ଟିଟଲାଗଡ଼, ବଲାଙ୍ଗିରି, କଳାହାଣ୍ଡି, ସୁନ୍ଦରଗଡ, ସୋନପୁର ଆଦି ସ୍ଥାନରେ ପ୍ରାୟ ଗତ ୧୫ଦିନ ହେବ ୪୦ଡିଗ୍ରୀ ଉପରେ ତାମପାତ୍ରା ରହୁଛି। ସେପଟେ ଫନି ପ୍ରଭାବିତ ଜିଲ୍ଲା ମାନଙ୍କରେ ବି ଗରମ ଖରା ଅଧିକ ରହୁଛି।

Comment