ଓଡ଼ିଶାଲାଇଭ୍‌ ବ୍ୟୁରୋ

ସୁପ୍ରିମକୋର୍ଟରେ ୪ ନୂଆ ବିଚାରପତିଙ୍କୁ ନିଯୁକ୍ତି ମିଳିଛି। ନୂଆ ବିଚାରପତିମାନେ ହେଲେ ଝାଡ଼ଖଣ୍ଡ ହାଇକୋର୍ଟର ଚିଫ୍‌ ଜଷ୍ଟିସ୍‌ ଅନିରୁଦ୍ଧ ବୋଷ, ବମ୍ବେ ହାଇକୋର୍ଟର ଜଷ୍ଟିସ୍‌ ବି.ଆର ଗାଭାଇ, ହିମାଚଳ ପ୍ରଦେଶ ହାଇକୋର୍ଟ ଜଷ୍ଟିସ୍‌ ସୂର୍ଯ୍ୟକାନ୍ତ ଏବଂ ଗୌହାଟୀ ହାଇକୋର୍ଟର ଚିଫ୍‌ ଜଷ୍ଟିସ୍‌ ଏଏସ୍ ବୋପାନ୍ନା।

ରାଷ୍ଟପତି ରାମନାଥ କୋବିନ୍ଦ ଏହି ନୂଆ ବିଚାରପତିମାନଙ୍କୁ ସୁପ୍ରିମକୋର୍ଟରେ ନିଯୁକ୍ତି ଦେଇଛନ୍ତି। ଆସନ୍ତା ଗୁରୁବାର କିମ୍ବା ଶୁକ୍ରବାର ଦିନ ନୂଆ ବିଚାରପତିମାନଙ୍କ ଶପଥ ଗ୍ରହଣ ଉତ୍ସବ ହୋଇପାରେ ବୋଲି ସୂଚନା ମିଳିଛି।

Comment