ଓଡ଼ିଶାଲାଇଭ ପଲିଟିକାଲ୍ ବ୍ୟୁରୋ

ଏକଜିଟ ପୋଲର ଆକଳନପରେ ପଡୋଶୀ ରାଷ୍ଟ୍ର ପାକିସ୍ତାନର ଇଣ୍ଟରନେଟରେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ନେଇ ଚର୍ଚ୍ଚା ଅନେକ ହେଉଛି। ଗୁଗୁଲ ସର୍ଚ୍ଚର ଏକ ରିପୋର୍ଟ ଅନୁସାରେ ପାକିସ୍ତାନରେ ୧୯, ୨୦୧୯ର ସନ୍ଧ୍ୟା ୪.୨୬ରୁ ୨୦ ମେ ଅପରାହ୍ନ ୧୧.୨୨ପର୍ଯ୍ୟନ୍ତ ନରେନ୍ଦ୍ର ମୋଦିଙ୍କ କିବୋର୍ଡକୁ ସବୁଠୁ ଅଧିକ ଥର ସର୍ଚ୍ଚ କରାଯାଇଛି। ପାକିସ୍ତାନରେ ୮୮ପ୍ରତିଶତ ଲୋକ ନରେନ୍ଦ୍ର ମୋଦିଙ୍କୁ ସର୍ଚ୍ଚ କରିଛନ୍ତି। ଏହି ମାମଲାରେ ଭାରତୀୟଙ୍କୁ ବି ପଛରେ ପକାଇଛି ପାକିସ୍ତାନ।

ପାକିସ୍ତାନରେ ମୋଦିଙ୍କୁ ନେଇ ଏତେ ଉତ୍ସୁକତା ପଛରେ ଅନେକସାରା କାରଣ ରହିଛି।

ବାଲାକୋଟ

ଏକଜିଟ୍ ପୋଲରେ ଆକଳନ ପରେ ନରେନ୍ଦ୍ର ମୋଦିଙ୍କୁ ନେଇ ପାକିସ୍ତାନରେ ଅନେକ ଚର୍ଚ୍ଚା। ଏହା ପଛରେ ସବୁଠୁ ବଡ଼ କାରଣ ହେଉଛି ନିକଟରେ ମୋଦି ସରକାର ବାଲୋକଟରେ କରିଥିବା ଏୟାର ଷ୍ଟ୍ରାଇକ୍। ସେଠାରେ ସେନା ଏହା ମାନିବାକୁ ପ୍ରସ୍ତୁତ ନୁହନ୍ତି କି ଭାରତ ତାଙ୍କ ଦେଶରେ ପସି ଆତଙ୍କବାଦୀ ଓ ସେମାନଙ୍କ ପୋଷ୍ଟକୁ ନଷ୍ଟ କରିଦେଲା। ଏହାପରେ ପୂରା ଦୂନିଆ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସାଥ୍ ଦେଉଛନ୍ତି।

ବଲୁଚିସ୍ତାନ

ପାକିସ୍ତାନର ଚିନ୍ତା ବଲୁଚିସ୍ତାନକୁ ନେଇକରି ବି ଅଛି। ଯେଉଁଠି ସେନା ବିରୋଧରେ ସ୍ଥାନୀୟ ଲୋକ ଅସ୍ତ୍ର ଉଠାଇସାରିଛନ୍ତି। ପାକିସ୍ତାନର ଗୁଇନ୍ଦା ବିଭାଗକୁ ଡର ଅଛି କି ଯଦି ମୋଦି ପୁଣିଥରେ ପ୍ରଧାନମନ୍ତୀ ହେଉଛନ୍ତି, ତେବେ ଏହା ବିରୋଧରେ ଲଢେଇ ଜୋରଦାର ହେବ।

ଅର୍ଥବ୍ୟବସ୍ଥା

ନିଜ ଭୂଲକୁ ଭାରତ ଉପରେ ଲଦିଦେବାର ଅଭ୍ୟାସ ପାକିସ୍ତାନର ପୂରୁଣା। ତେବେ ଏକଜିଟ ପୋଲର ଆକଳନ ଯାହାଆସୁଛି ତାହା ପରେ ପାକିସ୍ତାନକୁ ଡର ଅଛିକି କାଲେ ତାଙ୍କର ଅର୍ଥବ୍ୟବସ୍ଥା ଉପରେ ଏହାର ପ୍ରଭାବ ପକାଇବ।

ତେବେ ଉପରୋକ୍ତ ସବୁକଥକୁ ନେଇ କେବଳ ଚର୍ଚ୍ଚା ହେଉଛି। ଅନ୍ୟପଟେ ଏକଜିଟ୍ ପୋଲର ଆକଳନକୁ ନେଇ ଏନଡିଏ ଉତ୍ସାହିତ ଥିବାବେଳେ ୟୁପିଏ ଅପେକ୍ଷା କରିଛି ରେଜଲ୍ଟକୁ। ଏସବୁ ଭିତରେ ସମସ୍ତଙ୍କ ଅପେକ୍ଷା କାଲିର ରେଜଲ୍ଟକୁ।

Comment