ଓଡ଼ିଶାଲାଇଭ୍‌ ବ୍ୟୁରୋ

ରାତି ପାହିଲେ ପ୍ରକାଶ ପାଇବ ନିର୍ବାଚନ ଫଳାଫଳ। ତେବେ ଏହାରି ପୂର୍ବରୁ ଆସ୍କା କଂଗ୍ରେସ ବିଧାୟକ ପ୍ରାର୍ଥୀଙ୍କୁ ଉପରକୁ ଗୁଳିମାଡ଼ ହୋଇଛି। ଗଞ୍ଜାମର ଲାଞ୍ଜିପାଲି ନିକଟରେ ଆସ୍କା କଂଗ୍ରେସ ବିଧାନସଭା ପ୍ରାର୍ଥୀ ମନୋଜ କୁମାର ଜେନାଙ୍କୁ କିଛି ଦୂର୍ବୃତ୍ତ ଗୁଳିକରିଥିବା ଖବର ସାମ୍ନାକୁ ଆସିଛି।

ସୂଚନା ମୂତାବିକ, ବୁଧବାର ସନ୍ଧ୍ୟାରେ ଗଞ୍ଜାମ ଜିଲ୍ଲା ଲାଞ୍ଜିପାଲି ନିକଟରେ କିଛି ଦୂର୍ବୃତ୍ତ ବାଇକ୍‌ ଯୋଗେ ଆସି ମନୋଜଙ୍କ ଉପରକୁ ଅତର୍କିତ ଭାବେ ଗୁଳି ଚଳାଇଥିଲେ। ଏହା ପରେ ଗୁରୁତର ଅବସ୍ଥାରେ ମନୋଜଙ୍କୁ ବ୍ରହ୍ମପୁର ବଡ଼ ମେଡିକାଲରେ ଭର୍ତ୍ତି କରାଯାଇଛି।

Comment