ଓଡ଼ିଶାଲାଇଭ୍‌ ବ୍ୟୁରୋ

ରାତି ପାହିଲେ ପ୍ରକାଶ ପାଇବ ସାରା ଦେଶର ସବୁଠାରୁ ବଡ଼ ଗଣପର୍ବ ନିର୍ବାଚନର ଫଳାଫଳ। ଫଇସଲା ହେବ, କିଏ ଗଢ଼ିବ ସରକାର ଅଉ କିଏ ମାରିବ ଫେଲ୍‌। ଫଳାଫଳକୁ ଚାହିଁ ବସିଛନ୍ତି କୋଟି କୋଟି ଜନତା। ତେବେ ଓଡ଼ିଶାରେ ସାଧାରଣ ଜନତା କେମିତି ନିର୍ବାଚନ ଫଳାଫଳ ଜାଣିପାରିବେ, ସେନେଇ ସୁରେନ୍ଦ୍ର କୁମାର ପ୍ରେସ୍‌ ମିଟ୍‌ ଜରିଆରେ ସୂଚନା ଦେଇଛନ୍ତି।

ଭୋଟ ଗଣତି କେନ୍ଦ୍ର ବାହାରେ ଥିବା ଲୋକଙ୍କୁ ନିର୍ବାଚନ ଫଳାଫଳ ସମ୍ପର୍କରେ ଅବଗତ କରିବା ଲାଗି ଡାକବାଜି ଯନ୍ତ୍ରର ବ୍ୟବସ୍ଥା କରାଯାଇଛି।

ଆପ୍‌ ଏବଂ ୱେବସାଇଟ୍ ଜରିଆରେ ମଧ୍ୟ ନିର୍ବାଚନ ଫଳଫଳ ଜାଣିହେବ। ୱେବସାଇଟ୍ ଜରିଆରେ ଲୋକମାନେ https://results.eci.gov.in ଲଗ୍‌ଇନ୍‌ କରି ଜାଣି ପାରିବେ। ସେହିପରି ଭୋଟର ହେଲ୍ପଲାଇନ୍‌ ମୋବାଇଲ ଆପ୍‌ରୁ ମଧ୍ୟ ଲୋକେ ନିର୍ବାଚନ ଫଳାଫଳ ତଥା ଅପ୍‌ଡେଟ୍‌ ଜାଣିପାରିବେ।

ରାଜଧାନୀ ଭୁବନେଶ୍ୱରରେ ଭୋଟରଙ୍କୁ ନିର୍ବାଚନ ଫଳାଫଳ ଜଣାଇବା ଲାଗି ଡିଜିଟାଲ ଡିସ୍‌ପ୍ଲେ ବୋର୍ଡର ବ୍ୟବସ୍ଥା କରାଯାଇଛି। ଏହି ଡିଜିଟାଲ ଡିସ୍‌ ପ୍ଲେ ବୋର୍ଡ ଫରେଷ୍ଟ ପାର୍କ, ଜୟଦେବ ଭବନ ଏବଂ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟରେ ଲାଗିବ ବୋଲି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ କହିଛନ୍ତି।

ନିର୍ବାଚନ ଫଳାଫଳ ବାହାରିବା ପୂର୍ବରୁ ବୁଧବାର ସନ୍ଧ୍ୟାରେ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ସୁରେନ୍ଦ୍ର କୁମାର ପ୍ରେସ୍‌ ମିଟ୍‌ କରି ଏହି ସୂଚନା ଦେଇଛନ୍ତି।

Comment