ଓଡ଼ିଶାଲାଇଭ୍ ବ୍ୟୁରୋ

ଅନ୍ତରୀକ୍ଷରେ ଭାରତକୁ ଆଉ ଏକ ସଫଳତା ମିଳିଛି। ଇସ୍ରୋ ଆଜି ସକାଳ ୫.୩୦ରେ ଶ୍ରୀହରିକୋଟାରୁ ରିସାଟ- ୨ବି ସାଟେଲାଇଟକୁ ସଫଳ ଭାବେ ପରୀକ୍ଷଣ କରିଛି।  ଏହି ପରୀକ୍ଷଣ ପିଏସଏଲଭି ସି ୪୬ ରକେଟ ମାଧ୍ୟମରେ କରାଯାଇଛି।

ଏହା ଇସରୋର ଚତୁର୍ଥ ରିସେଟ ସାଟେଲାଇଟ୍ ଅଟେ। ଏହି ସାଟେଲାଇଟ ମାଧ୍ୟମରେ ଯେ କୌଣସି ଋତୁରେ ଆକାଶରେ ମେଘ ଥିଲେ ବି ପ୍ରତିଟି ଚିତ୍ରକୁ ସଠିକ ଭାବେ ନିଆଯାଇପାରିବ। ଏହାର ଅର୍ଥ ଏହି ସାଟେଲାଇଟ୍ ଗୁପ୍ତ ସୂଚନା ଦେବାରେ ଅନେକାଂଶରେ ସହାୟକ ହେବ। ଏହି ଉପଗ୍ରହ ୫୫୫ କିଲୋମିଟର ଉଚ୍ଚରରେ ସ୍ଥାପିତ କରାଯିବ।

RISAT 2B ସାଟେଲାଇଟ୍ ମାଧ୍ୟମରେ ଜରୁରୀକାଳିନ ସ୍ଥିତି, ସୁରକ୍ଷାବଳ ଓ ସୀମା ଉପରେ ମଧ୍ୟ ନଜର ରଖାଯାଇପାରିବ। ଆମେ ସରଳ ଭାବେ ଏହା କହିପାରିବା ଏହି ସାଟେଲାଇଟ୍ ଏମିତି ଏକ ସାଟେଲାଇଟ୍ ଯାହାମାଧ୍ୟମରେ ଶତ୍ରୁ ଦେଶର ଗତିବିଧୀ ଉପରେ ଟିକିନିକି ନଜର ରଖାଯାଇପାରିବ।

Comment