ଓଡ଼ିଶାଲାଇଭ୍ ପଲିଟିକାଲ୍ ବ୍ୟୁରୋ

ଏଥର ଲୋକସଭା ନିର୍ବାଚନରେ ଓଡ଼ିଶାରେ କେତେକ ଆସନରେ କଡ଼ାକଡ଼ି ମୁକାବିଲା ଚାଲିଥିବା ବେଳେ ଆଉ କେତେକ ଆସନରେ ବିଜୟର ଦ୍ୱାର ଦେଶରେ ପହଞ୍ଚିଥିବା ପ୍ରାର୍ଥୀ ତାଙ୍କ ନିକଟତମ ପ୍ରତିଦ୍ୱନ୍ଦ୍ୱୀଙ୍କଠାରୁ ଲକ୍ଷାଧିକ ଭୋଟ୍‌ରେ ଆଗୁଆ ଅଛନ୍ତି।

ଜଗତସିଂହପୁର ଲୋକସଭା ଆସନ

ଜଗତସିଂହପୁର ଲୋକସଭା ଆସନରେ ବିଜେଡି ପ୍ରାର୍ଥୀ ରାଜଶ୍ରୀ ମଲ୍ଲିକ ତାଙ୍କ ପ୍ରମୁଖ  ପ୍ରତିଦ୍ୱନ୍ଦ୍ୱୀ ବିଜେପିର ବିଭୂ ତରାଇଙ୍କଠାରୁ ୨ ଲକ୍ଷରୁ ଅଧିକ ଭୋଟ୍‌ରେ ବିଜୟ ହୋଇଛନ୍ତି। ରାଜଶ୍ରୀ ମଲ୍ଲିକ ୨ଲକ୍ଷ ୭୧ହଜାର ୬୫୫ ଭୋଟରେ ବିଜୟୀ ହୋଇଛନ୍ତି। ସେ ମୋଟ ୬ଲକ୍ଷ ୧୯ହଜାର ୯୮୫ ପାଇଛନ୍ତି ଓ ତାଙ୍କ ପ୍ରତିଦ୍ୱନ୍ଦ୍ୱୀ ବିଜେପିର ବିଷ୍ଣୁପ୍ରସାଦ ତରାଇ ୩୪୮୩୩୦ଭୋଟ ପାଇଛନ୍ତି।

 

ଏଥର ଲୋକସଭା ନିର୍ବାଚନରେ ଓଡ଼ିଶାରେ କେତେକ ଆସନରେ କଡ଼ାକଡ଼ି ମୁକାବିଲା ଦେଖିବାକୁ ମିଳିଛ। କେତେକ ଆସନରେ ବିଜୟର ଦ୍ୱାର ଦେଶରେ ପହଞ୍ଚିଥିବା ପ୍ରାର୍ଥୀ ତାଙ୍କ ନିକଟତମ ପ୍ରତିଦ୍ୱନ୍ଦ୍ୱୀଙ୍କଠୁ ଲକ୍ଷାଧିକ ଭୋଟ୍‌ରେ ବିଜୟ ହାସଲ କରିଛନ୍ତି।

ସୁନ୍ଦରଗଡ ଲୋକସଭା ଆସନ

ସୁନ୍ଦରଗଡ଼ ଆସନରେ ବିଜେପି ପ୍ରାର୍ଥୀ ଜୁଏଲ ଓରାମ ବିଜୟୀ ହୋଇଛନ୍ତି। ସେ ତାଙ୍କ ପ୍ରମୁଖ ପ୍ରତିଦ୍ୱନ୍ଦ୍ୱୀ ବିଜେଡିର ସୁନିତା ବିଶ୍ୱାଳଙ୍କଠାରୁ ୨ ଲକ୍ଷ ୨୩ ହଜାର ୬୫ ଭୋଟରେ ବିଜୟୀ ଅଛନ୍ତି। ଜୁଏଲ ଗତଥର ଏହି ଆସନରୁ ଜିତି କେନ୍ଦ୍ରରେ ମନ୍ତ୍ରୀ ଥିଲେ। ଜୁଏଲ ଓରାମ ମୋଟ ୫ଲକ୍ଷ ୦୦୦୫୬ ଖଣ୍ଡ ଭୋଟ ପାଇଛନ୍ତି, ପ୍ରତିଦ୍ୱନ୍ଦ୍ୱୀ ବିଜେଡିର ସୁନିତା ବିଶ୍ୱାଳ ୨ଲକ୍ଷ ୭୬ହଜାର ୯୯୧ ଖଣ୍ଡ ଭୋଟପାଇଛନ୍ତି।

ଆସିକା ଲୋକସଭା ଆସନ

ଆସିକା ଲୋକସଭା ଆସନରେ ବିଜୟୀ ହୋଇଛନ୍ତି ବିଜେଡି ପ୍ରାର୍ଥୀ ପ୍ରମିଳା ବିଷୋୟୀ। ସେ ୨ଲକ୍ଷ ୪ହଜାର ୭୦୭ ଖଣ୍ଡ ଭୋଟରେ ସେ ଜିତିଛନ୍ତି। ସେ ମୋଟ ୫୫୨୭୪୯ ଭୋଟ ପାଇଛନ୍ତି,  ତାଙ୍କ ପ୍ରତିଦ୍ୱନ୍ଦ୍ୱୀଙ୍କଠାରୁ ଅନୀତି ଶୁଭଦର୍ଶିନୀ ୩୪୮୦୪୨ ଭୋଟ ପାଇଛନ୍ତି।

କେନ୍ଦ୍ରାପଡା ଲୋକସଭା ଆସନ

କେନ୍ଦ୍ରାପଡ଼ାରେ ଲୋକସଭା ଆସନରେ ବିଜୟୀ ହୋଇଛନ୍ତି ଅନୁଭବ ମହାନ୍ତି। ସେ ୧୫୨୫୮୪ ଭୋଟରେ ବିଜୟୀ ହୋଇଛନ୍ତି। ଅନୁଭବଙ୍କୁ ମୋଟ ୬୨୮୯୩୯ ଖଣ୍ଡ ଭୋଟ ମିଳିଛି, ତାଙ୍କ ପ୍ରତିଦ୍ୱନ୍ଦ୍ୱୀ ବୈଜ୍ୟନ୍ତ ପଣ୍ଡଙ୍କୁ ୪୭୬୩୫୫ ଭୋଟ ମିଳିଛି.

କନ୍ଧମାଳ ଲୋକସଭା ଆସନ

କନ୍ଧମାଳରେ ବିଜେଡିର ଡକ୍ଟର ଅଚ୍ୟୁତ ସାମନ୍ତ ବିଜୟ ହୋଇଛନ୍ତି। ଡକ୍ଟର ସାମନ୍ତ ୧୪୯୨୧୬ ଖଣ୍ଡ ଭୋଟରେ ବିଜୟୀ ହୋଇଛନ୍ତି। ସେ ମୋଟ ୪୬୧୬୭୯ ଭୋଟ ପାଇଥିବା ବେଳେ ତାଙ୍କ ପ୍ରତିଦ୍ୱନ୍ଦ୍ୱୀ ଖାରବେଶ ସ୍ବାଇଁଙ୍କୁ ୩୧୨୬୪୨ ଖଣ୍ଡ ଭୋଟ ମିଳିଛି।

କଟକ ଲୋକସଭା ଆସନ

କଟକ ଲୋକସଭା ଆସନରେ ଭର୍ତ୍ତୃହରି ମହତାବ ବିଜୟୀ ହୋଇଛନ୍ତି। ସେ ୧୨୧୨୦୧ ଭୋଟରେ ଜିତିଛନ୍ତି। ତାଙ୍କୁ ମୋଟ ୫୨୪୫୯୨ ଭୋଟ ମିଳିଥିବାବେଳେ ତାଙ୍କ ପ୍ରତିଦ୍ୱନ୍ଦ୍ୱୀ ବିଜେପିର ପ୍ରକାଶ ମିଶ୍ରଙ୍କୁ ୪୦୩୩୯୧ ଖଣ୍ଡ ଭୋଟ ମିଳିଛି।

ଯାଜପୁର ଲୋକସଭା ଆସନ

ଯାଜପୁର ଲୋକସଭା ଆସନରେ ଶର୍ମିଷ୍ଠା ସେଠୀ ବିଜୟୀ ହୋଇଛନ୍ତି। ସେ ୧୦୧୬୯୩ ଭୋଟରେ ବିଜୟୀ ହୋଇଛନ୍ତି। ତାଙ୍କୁ ମୋଟ ୫୪୪୦୨୦ ଭୋଟ ମିଳିଥିବାବେଳେ ତାଙ୍କ ପ୍ରତିଦ୍ୱନ୍ଦ୍ୱୀ ବିଜେପିର ଅମୀୟକାନ୍ତ ମଲ୍ଲିକଙ୍କୁ ୪୪୨ଟ ମିଳିଛି।

 

 

Comment