ଓଡ଼ିଶାଲାଇଭ ପଲିଟିକାଲ୍ ବ୍ୟୁରୋ

 

ଚାଲିଛି ଭୋଟ ଗଣତି। ତେବେ ଉତ୍ତରପ୍ରଦେଶର ଗଡ଼ କୁହାଯାଉଥିବା ଆମେଥୀରେ ଏଥର ରାହୁଲ ଗାନ୍ଧି ଓ ସ୍ମୃତି ଇରାନୀଙ୍କ ମଧ୍ୟରେ କଡ଼ା ଟକ୍କର ଦେଖିବାକୁ ମିଳୁଛି। ଉଭୟ ଯେମିତି ପରସ୍ପର ସହ ସାମ୍ନାସାମ୍ନି।

ଏଠାକାର ସ୍ଥାନୀୟ ଲୋକଙ୍କ କହିବା କଥା ଏଥର ମୁକାବିଲା ଜୋରଦାର ହେଉଛି। ଅଧିକାଂଶ ଲୋକଙ୍କ କହିବା କଥା ଏଥରର ମତଗଣନା ଆରମ୍ଭର ପ୍ରଥମ ଘଣ୍ଟାଏ ପର୍ଯ୍ୟନ୍ତ ସେମିତି କିଛି ହଲଚଲ ଦେଖିବାକୁ ମିଳିନଥିଲା।

ସେଠାକାର କିଛି ଲୋକଙ୍କ କହିବାକଥା ପୂର୍ବଥର ପରି ଏଥର ବି ରାହୁଲ ଗାନ୍ଧି ଆମେଥୀରୁ ନିର୍ବାଚନ ଜିତିବେ। ସେପଟେ ଆଉ କିଛି ଲୋକଙ୍କ କହିବା କଥା ଏଥର ମୋଦି ଲହର କାମ କରିଛି, ଏଠାରୁ ବିଜେପି ପ୍ରାର୍ଥୀ ସ୍ମୃତି ଇରାନୀ ନିର୍ବାଚନ ଜିତିବେ।

ଜାତୀୟ ଗଣମାଧ୍ୟମର ସୂଚନାନୁସାରେ ଯେତେବେଳେ କିଛି ବୟସ୍କଲୋକଙ୍କୁ ଏ ବାବଦରେ ପ୍ରଶ୍ନ ରଖାଯାଇଥିଲା ସେମାନେ ଆମେଥୀର ସ୍ଥାନୀୟ ଭାଷାରେ ଏକ ଦାର୍ଶନିକ ଉତ୍ତର ଦେଇଥିଲେ।

କିଛିଲୋକ କହିଛନ୍ତି ଏ ପର୍ଯ୍ୟନ୍ତ ଯାହା ଫଳାଫଳ ଆସୁଛି ଲାଗୁଛି ସ୍ମୃତି ଦିଦି ଏଥର ଏଠୁ ନିର୍ବାଚନ ଜିତିବେ। ତେବେ କେବଳ ଆମେଥୀ ନୁହଁ ପୂରା ଉତ୍ତରପ୍ରଦେଶର ଫୋକସରେ ଅଛି ଏହି ଆସନ। ଦିନ ୫ଟା ସୁଦ୍ଧା ସ୍ମୃତି ଇରାନୀ ୧୯ ହଜାରରୁ ଅଧିକ ଭୋଟରେ ଆଗୁଆ ଅଛନ୍ତି।

Comment