ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ

ବିଜେଡି ପ୍ରାର୍ଥୀ ସଦାଶିବ ପ୍ରଧାନୀ ୭ ହଜାର ୭୯ ଭୋଟରେ ବିଜୟୀ ହୋଇଛନ୍ତି। ନବରଙ୍ଗପୁର ବିଧାନସଭା ଆସନର ଭୋଟ ଗଣତି ଶେଷ ହୋଇଛି। ମୋଟ ୩୯ଟି ରାଉଣ୍ଡରେ ଭୋଟ ଗଣତି ହୋଇଥିଲା। ଏଥିରେ ବିଜେଡି ପ୍ରାର୍ଥୀ ସଦାଶିବ ପ୍ରଧାନୀ ବିଜୟୀ ହୋଇଛନ୍ତି। ୨୦୧୯ ନିର୍ବାଚନରେ ବିଜେଡି ପ୍ରଥମେ ନବରଙ୍ଗପୁର ବିଧାନସଭା ସିଟରେ ଖାତା ଖୋଲିଛି।

ସଦାଶିବ ପ୍ରଧାନୀ ତାଙ୍କ ନିକଟତମ ପ୍ରତିଦ୍ୱନ୍ଦ୍ୱୀ କଂଗ୍ରେସର ବିଜେପିର ଗୌରୀ ଶଙ୍କର ମାଝିଙ୍କଠାରୁ ୭ ହଜାର ୭୯ ଭୋଟ ବ୍ୟବଧାନରେ ବିଜୟୀ ହୋଇଛନ୍ତି।

ସଦାଶିବ ମୋଟ ୬୪ ହଜାର ୮୩୭ ଭୋଟ ପାଇଥିବା ବେଳେ ବିଜେପିର ଗୌରୀ ମାଝି ୫୭ ହଜାର ୭୫୮ ଭୋଟ ପାଇଛନ୍ତି।

କଂଗ୍ରେସ ପ୍ରାର୍ଥୀ ସଦନ ନାୟକ ୫୪ ହଜାର ୯୦୭ ଭୋଟ ପାଇଛନ୍ତି। ଏହି ବିଧାନସଭା ଆସନରେ ବିଜେପି-ବିଜେଡି-କଂଗ୍ରେସ ଭିତରେ କଡ଼ା ଟକ୍କର ହୋଇଥିଲା।

Comment