ଓଡ଼ିଶାଲାଇଭ ପଲିଟିକାଲ୍ ବ୍ୟୁରୋ

୨୦୧୯ ଲୋକସଭା ନିର୍ବାଚନରେ ଅମିତ ଶାହଙ୍କ ବିଜେପିକୁ ଓଡ଼ିଶାରେ ଜବରଦସ୍ତ ସଫଳତା ମିଳିବାକୁ ଯାଉଛି। ଯାହା ଅନୁମାନ କରାଯାଉଛି ନବୀନଙ୍କ ବିଜେଡ଼ିକୁ ଏକକ ସଂଖ୍ୟାରେ ସନ୍ତୁଷ୍ଟ ହେବାକୁ ପଡିବ।ବିଗତ କିଛି ବର୍ଷ ଧରି ଓଡ଼ିଶାରେ କଂଗ୍ରେସର ଯେଉଁ ଅବକ୍ଷୟ ହୋଇଆସିଛି ତାହାର ଫଳ ସିଧାସଳଖ ବିଜେପିକୁ ଯାଇଛି। ନବୀନଙ୍କ ବିଜେଡିର ବିଜେପି ହେଉଛି ବର୍ତ୍ତମାନ ମୁଖ୍ୟ କ୍ଷମତା ପ୍ରତିଦ୍ୱନ୍ଦ୍ଵୀ।

ପୂର୍ବକୁ ଦେଖ

ଉଭୟ ବିଜେପି ସଭାପତି ଅମିତ ଶାହ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଫୋକସ ମୂଳରୁ ହିଁ ଓଡିଶା ଉପରେ ରହିଆସିଥିଲା। ନିର୍ବାଚନ ପୂର୍ବରୁ ଓ ନିର୍ବାଚନ ସମୟରେ ବିଜେପି ଓଡ଼ିଶା ଉପରେ ଗୁରୁତ୍ୱ ଦେଇ ଆସୁଥିଲା। ଓଡ଼ିଶା ବ୍ୟତୀତ ପଶ୍ଚିମବଙ୍ଗ ହେଉଛି ଅନ୍ୟ ରାଜ୍ୟ ଯେଉଁଠି ବିଜେପି ତାର ସମସ୍ତ ଶକ୍ତି ଖଟାଇ ଆସିଥିଲା। ଫଳ ଯାହା ଆସୁଛି ଏହି ଦୁଇ ରାଜ୍ୟରେ ବିଜେପି ଭଲ କରୁଛି।

୨୦୧୪ ଚିତ୍ର

୨୦୧୪ ଲୋକସଭାର ଚିତ୍ର ଉପରେ ଯଦି ଆମେ ଆଖି ପକାଇବା ବିଜେପି ମାତ୍ର ଗୋଟିଏ ସ୍ଥାନ ଜିତିଥିଲା। ଏହି ୫ବର୍ଷ ଭିତରେ ଦଳ ବେଶ୍ କିଛି କାମ କରିବା ସହ ଦଳୀୟ ସଙ୍ଗଠକୁ ବି ସୁଦୃଢ଼ କରିବା ଆରମ୍ଭ କରିଥିଲା। ଏହାର ପରିଣାମ ସ୍ୱରୂପ ୨୦୧୯ନିର୍ବାଚନରେ ବିଜେପି ଉତ୍ତମ ପ୍ରଦର୍ଶନ କରିଛି। ୨୦୦୯ରେ ବିଜେଡ଼ି ଓ ବିଜେପି ମଧ୍ୟରେ ସମ୍ପର୍କ ଛିନ୍ନ ହେବା ପରେ ଉଭୟ ଦଳ ଭିତରେ ଅହି-ନକୁଳ ସମ୍ପର୍କ ସୃଷ୍ଟି ହୋଇଥିଲା। ତା ପରଠାରୁ ବିଜେଡ଼ିର ଗଡ଼ରେ ପଶିବା ପାଇଁ ବିଜେପି ଯେଉଁ ମସୁଧା ଚଳାଇଥିଲା ତାହା ଅନେକ ଭାବରେ ସଫଳ ହୋଇଛି।
ସତ କହିଲେ ୨୦୧୭ ପଞ୍ଚାୟତ ନିର୍ବାଚନ ପର ଠାରୁ ହିଁ ବିଧିବଦ୍ଧ ଭାବେ ବିଜେପିର ଓଡ଼ିଶା ଦଖଲ ଆରମ୍ଭ ହୋଇଥିଲା।

ଆଗକୁ କଣ?

ଲୋକସଭା ନିର୍ବାଚନର ଚୂଡ଼ାନ୍ତ ଫଳ ଆସିବା ପରେ ଯାଇ ବିଜେପିର ପ୍ରକୃତ ଭୋଟ ପରିମାଣ ଜଣାପଡ଼ିବ।ତେବେ,ଗୋଟିଏ କଥା ସ୍ପଷ୍ଟ ଯେ ଲୋକସଭା ନିର୍ବାଚନରେ ବିଜେଡ଼ିର ଉପସ୍ଥିତି ଏଣିକି ନଗଣ୍ୟ ହେବାକୁ ଯାଉଛି। ଆଗାମୀ ଦିନରେ କେନ୍ଦ୍ର ଓ ଓଡ଼ିଶା ମଧ୍ୟରେ ସମ୍ପର୍କର ରୂପରେଖ କଣ ହେବ ତାହା ସ୍ପଷ୍ଟ ହୋଇଛି।ନିର୍ବାଚନ ପୂର୍ବରୁ ଯାହା ଅନୁମାନ କରାଯାଉଥିଲା ବିଜେପି ଆଉ ବିଜେଡିର ସାହାଯ୍ୟ ନେବାକୁ ଚାହିଁବ ନାହିଁ।

Comment