ଓଡ଼ିଶାଲାଇଭ ପଲିଟିକାଲ୍ ବ୍ୟୁରୋ

ଲୋକସଭା ନିର୍ବାଚନରେ ବିଜେପିକୁ ମିଳୁଥିବା ଐତିହାସିକ ବିଜୟକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତଶାହ ଟୁଇଟ୍ କରି ଅଭିନନ୍ଦନ ଜଣାଇଛନ୍ତି।

ଆଜିର ଫଳଫଳକୁ ନେଇ ପ୍ରଥମ ଟୁଇଟ୍ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କରିଛନ୍ତି। ସେ କହିଛନ୍ତି, “ସବକା ସାଥ+ସବକା ବିକାଶ+ସବକା ବିଶ୍ୱାସ।’’

ଅର୍ଥାତ ଆମେ ଏକାଠି ଆଗକୁ ବଢ଼ିବା ଏକାଠି ବିକାଶ କରିବା। ଆମେ ଏକାଠି ଏକ ସମୃଦ୍ଧ ଭାରତ ଗଠନ କରିବା। ଭାରତ ପୁଣିଥରେ ଜିତିଲା

ସେହିପରି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହ ଟୁଇଟ କରି କହିଛନ୍ତି, “ଆମର ପରିଶ୍ରମ ଦେଶର ପ୍ରତିବୁଥରେ ବିଜେପିକୁ ମଜବୁତ କରିବା ସହ ମୋଦି ସରକାର ବନାଇଥିବା କୋଟି କୋଟି କର୍ମକର୍ତ୍ତାଙ୍କୁ ଏହି ଐତିହାସିକ ବିଜୟ ପାଇଁ ହାର୍ଦ୍ଦିକ ଅଭିନନ୍ଦନ।”

ବିଜେପି ଏକାକୀ ୩୦୧ ଆସନରେ ଆଗରେ ଥିବାବେଳେ ବିଜେପି ସହଯୋଗୀ ଦଳଙ୍କୁ ସାମିଲ କରାଗଲେ ୩୫୨ସିଟରେ ଏନଡିଏ ଆଗରେ ରହୁଛି। ସେପଟେ କଂଗ୍ରେସ ୫୦ ଆସନରେ ଆଗରେ ରହିଛି, ସେମାନଙ୍କର ସହଯୋଗୀଙ୍କୁ ଯଦି ମିଶାଇବା ତେବେ ଏହି ସଂଖ୍ୟା ୮୬ ଅଛି।

Comment