ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ

ନିର୍ବାଚନ ଜିତିବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଜନତାଙ୍କ ଉଦ୍ଦେଶ୍ୟରେ ଯାହା କହିଥିଲେ:

ନରେନ୍ଦ୍ର ମୋଦି

‘‘ଏହା ଭାରତର ବିଜୟ। ମୁଁ କୌଣସି ମନ୍ଦ ଉଦ୍ଦେଶ୍ୟ ନେଇ କାମ କରିବି ନାହିଁ।ମୁଁ ଯଦି ଭୁଲ କରେ ମୋତେ ସମାଲୋଚନା କରାଯାଉ।ମୁଁ ନିଜ ପାଇଁ କିଛି କରିବି ନାହିଁ, ଯାହା କରିବି ଦେଶ ପାଇଁ।ଏବେ ଦେଶରେ କେବଳ ଦୁଇଟି ଜାତି ରହିଲେ – ଗରିବ ଓ ଗରିବିକୁ ଶେଷ କରିବା ପାଇଁ ଲଢେଇ କରିବେ।ଆମେ ସମସ୍ତଙ୍କୁ ସାଥିରେ ନେଇ ଚାଲିବୁ। ଆମେ ସଂଭ୍ରମ ରହିବୁ।’’

ନବୀନ ପଟ୍ଟନାୟକ

‘‘ମୁଁ ମୋ ରାଜ୍ୟର ଲୋକଙ୍କୁ ଗଭୀର କୃତଜ୍ଞତା ଜଣାଇବା ପାଇଁ ଚାହୁଁଛି ଯେଉଁମାନେ ବିଜେଡ଼ିକୁ ଆଶୀର୍ବାଦ କରିଛନ୍ତି। ମୁଁ ଦଳର କର୍ମୀ ଓ ନେତା ଯେଉଁମାନେ କଠିନ ପରିଶ୍ରମ କରିଥିଲେ ସେମାନଙ୍କୁ ଧନ୍ୟବାଦ ଜଣାଉଛି।ବିଶେଷ କରି ଓଡ଼ିଶାର ମହିଳା ମାନଙ୍କୁ ଧନ୍ୟବାଦ ଜଣାଉଛି ଯେଉଁମାନେ ବହୁଳ ସଂଖ୍ୟାରେ ଆମକୁ ଭୋଟ ଦେବା ପାଇଁ ଆଗେଇ ଆସିଥିଲେ।’’

Comment