ଓଡ଼ିଶାଲାଇଭ୍ ପଲିଟିକାଲ୍ ବ୍ୟୁରୋ

୨୦୧୯ ନିର୍ବାଚନ ସବୁ ଦଳ ପାଇଁ ଗୁରୁତ୍ବପୂର୍ଣ୍ଣ ହୋଇପଡ଼ିଛି ଓଡ଼ିଶାରେ ଦୁଇଟି ଦଳର ସଭାପତି ଦୁଇ ଦୁଇଟି ଆସନରୁ ଠିଆ ହୋଇଛନ୍ତି ଆସନ୍ତୁ ଜାଣିବା ସକାଳ ୧୧:୩୦ ସୁଦ୍ଧା କେଉଁ ସଭାପତିଙ୍କ ଦମ୍ କେତେ?

ନବୀନ ଆଗୁଆ

ମୁଖ୍ୟମନ୍ତ୍ରୀ ତଥା ବିଜେଡ଼ି ସଭାପତି ନବୀନ ପଟ୍ଟନାୟକ ଉଭୟ ହିଞ୍ଜିଳି ଓ ବିଜେପୁର ଆସନରୁ ଆଗୁଆ ଅଛନ୍ତି।

ନବୀନ ହିଞ୍ଜିଳି ଆସନରେ ୫,୬୯୮ ଭୋଟରେ ଆଗୁଆ ଅଛନ୍ତି। ସେହିପରି ବିଜେପୁର ଆସନରେ ସେ ୫୩୯୭ ଭୋଟରେ ଆଗୁଆ ଅଛନ୍ତି।

ଗତ ୨୦୦୦ ମସିହା ବିଧାନସଭା ନିର୍ବାଚନରୁ ଲଗାତର ଭାବେ ଗଞ୍ଜାମ ଜିଲ୍ଲାର ହିଞ୍ଜିଳିରୁ ପ୍ରାର୍ଥୀ ହୋଇ ଜିତି ଆସୁଥିବା ନବୀନ ୨୦୧୯ରେ ପ୍ରଥମ ଥର ପାଇଁ ୨ଟି ଆସନରେ ଛିଡ଼ା ହୋଇଛନ୍ତି। ପଶ୍ଚିମ ଓଡ଼ିଶାରେ ବିଜେଡ଼ି ଚାପରେ ରହିଥିବାରୁ ଦଳ ସଭାପତି ନବୀନ ପଟ୍ଟନାୟକଙ୍କୁ ବରଗଡ଼ ଜିଲ୍ଲା ବିଜେପୁର ଆସନରୁ ପ୍ରାର୍ଥୀ କରିଛି।

ନିରଞ୍ଜନ ପଛୁଆ

କଂଗ୍ରେସ ରାଜ୍ୟ ସଭାପତି ନିରଞ୍ଜନ ପଟ୍ଟନାୟକ ଘଷିପୁରା ଆସନରେ ୧୯୦୮ ଭୋଟରେ ପଛୁଆ ଅଛନ୍ତି। ତାଙ୍କର ପ୍ରତିଦ୍ୱନ୍ଦୀ ବିଜେଡିର ବଦ୍ରୀ ନାରାୟଣ ପାତ୍ରୀ ଆଗୁଆ ଅଛନ୍ତି।

ନିରଞ୍ଜନ ଏଥର ଦୁଇଟି ଆସନରେ ଛିଡ଼ା ହୋଇଛନ୍ତି। ଭଦ୍ରକ ଜିଲ୍ଲାର ଭଣ୍ଡାରିପୋଖରୀ ଆସନରେ ଭୋଟ୍ ଗଣତି ସୂଚନା ଏପର୍ଯ୍ୟନ୍ତ ଆସିନାହିଁ କିନ୍ତୁ ଘଷିପୁରାରେ ସେ ବଦ୍ରିଙ୍କଠାରୁ ପଛରେ ଅଛନ୍ତି।

ବିଜେପି ସଭାପତି ଆଗରେ

ବିଜେପିର ରାଜ୍ୟ ସଭାପତି ବସନ୍ତ ପଣ୍ଡା ଏଥର କଳାହାଣ୍ଡି ଲୋକସଭା ଆସନରୁ ପ୍ରାର୍ଥୀ ହୋଇଛନ୍ତି। ସେ ବିଜେଡି ପ୍ରାର୍ଥୀ ପୁଷ୍ପେନ୍ଦ୍ର ସିଂହଦେଓଙ୍କଠାରୁ ୪୨୬୧ ଭୋଟରେ ଆଗୁଆ ଅଛନ୍ତି। କିଛି ସମୟ ତଳେ ବସନ୍ତଙ୍କ ପଛକୁ ରହିଥିଲେ କଂଗ୍ରେସର ଭକ୍ତ ଦାସ।

ବସନ୍ତ ପଣ୍ଡା ଆଗରୁ ନୂଆପଡ଼ା ବିଧାନସଭା ଆସନରୁ ଦଳୀୟ ଟିକଟରେ ନିର୍ବାଚିତ ହୋଇଥିଲେ। ଚଳିତ ନିର୍ବାଚନରେ ଦଳ ତାଙ୍କୁ ଲୋକସଭା ପାଇଁ ଠିଆ କରାଇଛି।

Comment