ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ

ଚାଲିଛି ଭୋଟ ଗଣତି। ବିଜୁ ଜନତା ଦଳ ୧୧୫ଟି ବିଧାନସଭାରେ ଆଗୁଆ ରହିଛି। ତେବେ ୟା ଭିତରେ ବିଜେଡିରୁ ପ୍ରାର୍ଥୀ ହୋଇଥିବା ତିନି ପ୍ରଶାନ୍ତ ମଧ୍ୟ ଆଗରେ ରହିଛନ୍ତି।

ଚିଲିକା ନିର୍ବାଚନମଣ୍ଡଳୀରୁ ପ୍ରାର୍ଥୀ ହୋଇଥିବା ପ୍ରଶାନ୍ତ ଜଗଦେବ, ଜଗତସିଂହପୁରରୁ ପ୍ରାର୍ଥୀ ହୋଇଥିବା ପ୍ରଶାନ୍ତ ମୁଦୁଲି ଏବଂ ସାଲେପୁରରୁ ପ୍ରାର୍ଥୀ ହୋଇଥିବା ପ୍ରଶାନ୍ତ ବେହେରା ଆଗୁଆ ରହିଛନ୍ତି।

ସବୁଠୁ ବଡ଼ କଥା ହେଉଛି ପ୍ରଶାନ୍ତ ଜଗଦ୍ଦେବ ଏବଂ ପ୍ରଶାନ୍ତ ମୁଦୁଲିଙ୍କର ଏଥର ନିର୍ବାଚନମଣ୍ଡଳୀ ବଦଳିଥିଲା। ଜଗଦ୍ଦେବ ବେଗୁନିଆ ଛାଡ଼ି ଚିଲିକା ଆସନରୁ ପ୍ରାର୍ଥୀ ହୋଇଥିଲେ। ଅପରାହ୍ଣ ସାଢ଼େ ୨ଟା ସୁଦ୍ଧା ଜଗଦ୍ଦେବ ୧୫୫୦ ଭୋଟରେ ଆଗୁଆ ରହିଛନ୍ତି।

ସେହିପରି ପ୍ରଶାନ୍ତ ମୁଦୁଲି ବାଲିକୁଦା-ଏରସମା ଛାଡ଼ି ଜଗତସିଂହପୁରରୁ ପ୍ରାର୍ଥୀ ହୋଇଥିଲେ। ସେ କଂଗ୍ରେସର ଚିରଞ୍ଜିବ ବିଶ୍ୱାଳଙ୍କୁ ଟକ୍କର ଦେଉଥିଲେ। ଏବେ ପ୍ରଶାନ୍ତ ୩ ହଜାର ଭୋଟରେ ଆଗୁଆ ଅଛନ୍ତି। ପ୍ରଶାନ୍ତ ମୁଦୁଲି ୨୦୦୯ ଏବଂ ୨୦୧୪ରେ ନିର୍ବାଚନ ଜିତିଥିଲେ।

ସାଲେପୁର ବିଧାନସଭା ଆସନରେ ବିଜେଡି ପ୍ରାର୍ଥୀ ପ୍ରଶାନ୍ତ ବେହେରା ମଧ୍ୟ ଆଗୁଆ ଅଛନ୍ତି। ସେ ୪ ହଜାର ୭୨୭ ଭୋଟରେ ଆଗୁଆ ଅଛନ୍ତି। ଗତ ଥର ପ୍ରଶାନ୍ତ ବେହେରା କଂଗ୍ରେସର ପ୍ରକାଶ ବେହେରାଙ୍କଠାରୁ ପରାଜିତ ହୋଇଥିଲେ।

ଏଥର ପ୍ରକାଶ ବେହେରା କଂଗ୍ରେସ ଛାଡ଼ି ବିଜେପିରେ ଯୋଗ ଦେଇଥିଲେ।

Comment