ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ

ଭୋଟ ଗଣତି ଶେଷ ହୋଇନି। ଏବେ ବି ବିଭିନ୍ନ ଅସନରେ ଭୋଟ ଗଣତି ଜାରି ରହିଛି। କିନ୍ତୁ ଓଡ଼ିଶାରେ ବିଜେଡି ସଂଖ୍ୟା ଗରିଷ୍ଠତା ପାଇ ସରକାର ଗଠନ କରିବାକୁ ଯାଉଥିବା ଚିତ୍ର ଧିରେ ଧିରେ ସ୍ପଷ୍ଟ ହେଉଛି।

ବିଜେଡି ବର୍ତ୍ତମାନ ସୁଦ୍ଧା ୧୦୮ ବିଧାନସଭା ଆସନରେ ଆଗୁଆ ଥିବା ବେଳେ ୧୪ ଲୋକସଭା ଆସନରେ ଆଗୁଆ ରହିଛି। ଏହି ପରିପ୍ରେକ୍ଷୀରେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କୁ ଟୁଇଟ୍ କରି ନରେନ୍ଦ୍ର ମୋଦି ଶୁଭେଚ୍ଛା ଜଣାଇଛନ୍ତି।

“ଓଡ଼ିଶାରେ ପୁଣିଥରେ ବିଜୟ ପାଇଁ ନବୀନ ବାବୁଙ୍କୁ ଅଭିନନ୍ଦନ। ଆଗାମୀ ସରକାର ଗଠନ ପାଇଁ ତାଙ୍କୁ ଶୁଭେଚ୍ଛା’’, ଉଭୟ ଓଡ଼ିଆ ଏବଂ ଇଂରାଜୀରେ ଟୁଇଟ କରି ମୋଦି ଏହି ଶୁଭେଚ୍ଛା ଜଣାଇଛନ୍ତି।

ଏପଟେ ବିଜେଡି ପାର୍ଟି ଅଫିସରେ ଉତ୍ସବର ମାହୋଲ ଦେଖିବାକୁ ମିଳିଛି। ନେତା ଓ କର୍ମୀ ପାର୍ଟି ଅଫିସ ମୁହାଁ ହୋଇଛନ୍ତି। ଧିରେ ଧିରେ ପାର୍ଟି ଅଫିସରେ ଲୋକଙ୍କ ଭିଡ଼ ଜମୁଛି।

Comment