ଓଡ଼ିଶାଲାଇଭ ପଲିଟିକାଲ୍ ବ୍ୟୁରୋ

ଲୋକସଭା ନିର୍ବାଚନ ଫଳାଫଳ ଘୋଷଣା ହେବା ପରେ ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଟୁଇଟରରୁ ନିଜ ନାମ ଆଗରେ ଥିବା ଚୌକିଦାରକୁ ହଟାଇ ଦେଇଛନ୍ତି। ଏହି ବିଷୟ ଜଣାଇବାକୁ ଯାଇ ମୋଦି ଅନ୍ୟମାନଙ୍କୁ ବି ଚୌକିଦାର ନାଁ ହଟାଇବା ପାଇଁ ନିବେଦନ କରିଛନ୍ତି।

ମୋଦି ତାଙ୍କ ଟୁଇଟର ହ୍ୟାଣ୍ଡେଲରେ କହିଛନ୍ତି, “ସମୟ ଆସିଛି ଚୌକିଦାର ଭାବନାକୁ ଆଗଲା ସ୍ତରକୁ ନେଇଯିବା। ଏହି ଭାବନାକୁ ଜୀବିତ ରଖିବା ସହ ଭାରତର ପ୍ରଗତି ପାଇଁ ଆମକୁ କାର୍ଯ୍ୟ ଜାରି ରଖିବାକୁ ହେବ। ଟୁଇଟରରୁ ମୋ ନାମ ପୂର୍ବରୁ ଥିବା ଚୌକିଦାର ହଟାଇଦିଆ ଯାଇଛି। କିନ୍ତୁ ଏହି ଶବ୍ଦ ସହିତ ମୋର ସମ୍ପର୍କ ଅଭିନ୍ନ। ମୁଁ ଆପଣମାନଙ୍କୁ ଅନୁରୋଧ କରିବି ମୋ ସହିତ ଏକମତ ହେବେ ଓ ଚୌକିଦାର ନାମ ହଟାଇବେ।”

ମନେ ପକାଇ ଦିଆ ଯାଇପାରେ ଯେ ଲୋକସଭା ନିର୍ବାଚନ ସମୟରେ ଚୌକିଦାର ପଦଟି ଛାଇ ହୋଇ ଯାଇଥିଲା। ମୋଦି ନିଜକୁ ପ୍ରଥମେ ଚୌକିଦାର କହିବା ଆରମ୍ଭ କରିଥିଲେ।ପରେ ପରେ ରାହୁଲ ଗାନ୍ଧି ରାଫେଲ ସୌଦାରେ ହୋଇଥିବା ଘୋଟାଲା ପାଇଁ ମୋଦିଙ୍କୁ ଦୋଷୀ କହିବା ସହ ‘ଚୌକିଦାର ଚୋର ହୈ’ ସ୍ଲୋଗାନ ରଖିଥିଲେ। ଏହି ମାମଲାକୁ ଆଗେଇ ନେଇ ମୋଦି ନିଜ ନାମ ଆଗରେ ଚୌକିଦାର ଶବ୍ଦ ପ୍ରୟୋଗ ଆରମ୍ଭ କରିଥିଲେ। ମୋଦିଙ୍କ ସହ ତାଳ ଦେଇ କେନ୍ଦ୍ର ମନ୍ତ୍ରୀ ଓ କର୍ମୀମାନେ ମଧ୍ୟ ନିଜ ନାଁ ଆଗରେ ଚୌକିଦାର ଲଗାଇବା ଆରମ୍ଭ କରିଦେଇଥିଲେ।

Comment