ଓଡ଼ିଶାଲାଇଭ୍‌ ବ୍ୟୁରୋ

ଗୁଜୁରାଟର ସୁରତରେ ଏକ ଅଭାବନୀୟ ଘଟଣା ଘଟିଛି। ସୁରତସ୍ଥିତ ଏକ କୋଚିଂ ସେଣ୍ଟରରେ ନିଆଁ ଲାଗିଯିବାରୁ ୧୯ ଜଣ ଛାତ୍ରଙ୍କ ମୃତ୍ୟୁ ଘଟିଛି। ଏହି ଅଗ୍ନିକାଣ୍ଡରେ ଅନେକ ଆହତ ଥିବା ସୂଚନା ମିଳିଛି।

କୋଚିଂ ସେଣ୍ଟରର ଚତୁର୍ଥ ମହାଲାରେ ଏହି ଅଗ୍ନିକାଣ୍ଡ ଘଟିଛି। ନିଆଁର ଭୟାଭୟ ଏତେ ଜୋରରେ ଥିଲା ଯେ, ନିଜ ଜୀବନ ବଞ୍ଚାଇବା ପାଇଁ ଛାତ୍ରମାନେ ଚତୁର୍ଥ ମହାଲା ଉପରୁ ତଳକୁ ଡେଇଁ ପଡ଼ିଥିବା ସୂଚନା ମିଳିଛି।

ସର୍ଟସର୍କିଟ ଯୋଗୁଁକୋଚିଂ ସେଣ୍ଟରରେ ନିଆଁ ଲାଗିଥିବା ଜଣାପଡ଼ିଛି। ତେବେ ଘଟଣାସ୍ଥଳରେ ଅଗ୍ନିଶମବାହିନୀ ପହଞ୍ଚି ନିଆଁକୁ କାବୁ କରିଥିଲେ। ସେତେବେଳକୁ ନିଆଁର କରାଳ ଛାୟା ୧୯ ଜଣ ଛାତ୍ରଙ୍କ ଜୀବନ ନେଇସାରିଥିଲା।

ଏହି ଅଭାବନୀୟ ଘଟଣାରେ ଗୁଜୁରାଟ ମୁଖ୍ୟମନ୍ତ୍ରୀ ବିଜୟ ରୁପାଣୀ ଦୁଃଖପ୍ରକାଶ କରିଛନ୍ତି। ଏଥିସହିତ ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଇ ଅଗ୍ନିକାଣ୍ଡରେ ମୃତ ଛାତ୍ରଙ୍କ ପରିବାରକୁ ୪ ଲକ୍ଷ ଟଙ୍କାର ସହାୟତା ରାଶି ଘୋଷଣା କରିଛନ୍ତି ବିଜୟ ରୁପାଣୀ।

ଏହି ଘଟଣାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୋକପ୍ରକାଶ କରିଛନ୍ତି।

Comment