ଓଡ଼ିଶାଲାଇଭ ପଲିଟିକାଲ ବ୍ୟୁରୋ

ଏଥର ଟାର୍ଗେଟ ଠାରୁ ଅଧିକ ଆସନରେ ବିଜେପି ଜିତିଛି ଏବଂ ନରେନ୍ଦ୍ର ମୋଦି ଦ୍ୱିତୀୟ ଥର ପାଇଁ ପ୍ରଧାନମନ୍ତ୍ରୀ ହେବାକୁ ଯାଉଛନ୍ତି। ୨୦୧୪ ନିର୍ବାଚନ ପରି  ୨୦୧୯ରେ ମଧ୍ୟ ମୋଦି ଲହର କାମ କରିଛି। ବିଜେପି ରାଷ୍ଟ୍ରୀୟ ସଭାପତି ଅମିତ ଶାହଙ୍କ ଷ୍ଟ୍ରାଟେଜି ଏବଂ ନମୋ ମନ୍ତ୍ର ପୂରା ଦେଶରେ କାମ କରିଛି।

ବିଜୟ ପରେ ମୋଦି ଏବଂ ଶାହ ଦଳର ପୁରୁଣା ନେତାଙ୍କୁ ଭେଟି ଆଶୀର୍ବାଦ ନେଇଛନ୍ତିା ପ୍ରଥମେ ବିଜେପିର ବରିଷ୍ଠ ନେତା ଲାଲକୃଷ୍ଣ ଆଡଭାନୀଙ୍କୁ ଭେଟି ଆଶୀର୍ବାଦ ନେଇଛନ୍ତିା

ଏହାପରେ ଦଳର ଆଉ ଜଣେ ବରିଷ୍ଠ ନେତା ମୂରଲୀ ମନୋହର ଯୋଶୀଙ୍କୁ ଭେଟିଛନ୍ତିା

ମୋଦି ନିଜେ ଟୁଇଟ କରି ଏହି ସୂଚନା ଦେଇଛନ୍ତିା ସେ ଟୁଇଟରେ ଲେଖିଛନ୍ତି, ‘‘ମୁରଲୀ ମନୋହର ଯୋଶୀ ଜଣେ ବିଦ୍ୱାନ ଏବଂ ବୁଦ୍ଧିଜୀବୀ ଲୋକ। ଭାରତୀୟ ଶିକ୍ଷା ବ୍ୟବସ୍ଥାରେ ସୁଧାର ଆଣିବା ପାଇଁ ତାଙ୍କର ଯୋଗଦାନ ଅତୁଳନୀୟ । ସେ ବିଜେପିକୁ ଦୃଢ଼ କରିବାର କାମ କରିଛନ୍ତି ଏବଂ ମୋ ଭଳି ଅନେକ କାର୍ଯ୍ୟକର୍ତ୍ତାଙ୍କୁ ଆଗକୁ ବଢିବାର ମଉକା ଦେଇଛନ୍ତି । ମୁଁ ଆଜି ସକାଳୁ ତାଙ୍କୁ ଭେଟି ଧନ୍ୟ ମନେ କରୁଛି’’।

Comment