ଓଡ଼ିଶାଲାଇଭ ପଲିଟିକାଲ୍ ବ୍ୟୁରୋ

ଏଥର ନିର୍ବାଚନରେ ସମସ୍ତଙ୍କ ନଜର ଥିଲା କେନ୍ଦ୍ରାପଡା ଲୋକସଭା ଆସନ ଉପରେ। ଏହି ଆସନରେ ଉଭୟ ବିଜେପି ଏବଂ ବିଜେଡିର ସମ୍ମାନ ବାଜିରେ ଲାଗିଥିଲା। କେମିତି ଏହି ଆସନରୁ ନିଜ ନିଜ ପ୍ରାର୍ଥୀଙ୍କୁ ଜିତାଇବେ ତାକୁ ନେଇ ଜୋରଦାର ପ୍ରୟାସ କରିଥିଲେ ବିଜେପି ଏବଂ ବିଜେଡି। ହେଲେ ଶେଷରେ ବିଜେଡି ଏହି ଆସନକୁ ପୁଣିଥରେ ଅକ୍ତିଆର କରି ନେଇଛି।

କେନ୍ଦ୍ରାପଡ଼ାରେ ଲୋକସଭା ଆସନରେ ବିଜୟୀ ହୋଇଛନ୍ତି ଅନୁଭବ ମହାନ୍ତି। ସେ ୧୫୨୫୮୪ ଭୋଟରେ ବିଜୟୀ ହୋଇଛନ୍ତି। ଅନୁଭବଙ୍କୁ ମୋଟ ୬୨୮୯୩୯ ଖଣ୍ଡ ଭୋଟ ମିଳିଛି, ତାଙ୍କ ପ୍ରତିଦ୍ୱନ୍ଦ୍ୱୀ ବୈଜ୍ୟନ୍ତ ପଣ୍ଡଙ୍କୁ ୪୭୬୩୫୫ ଭୋଟ ମିଳିଛି।

ଫଳାଫଳ ଆସିବାପରେ ବୈଜୟନ୍ତ ପଣ୍ଡା ଅନୁଭବ ମହାନ୍ତିଙ୍କୁ ତାଙ୍କ ବିଜୟ ଲାଗି ଅଭିନନ୍ଦନ ଜଣାଇଛନ୍ତି। ଏହାସହିତ ତାଙ୍କୁ ୨ଥର ସାଂସଦ ବନାଇଥିବାରୁ ସେ କେନ୍ଦ୍ରାପଡାବାସୀଙ୍କୁ ଧନ୍ୟବାଦ ଜଣାଇଛନ୍ତି।

ବୈଜୟନ୍ତ ପରାଜୟ ପରେ ତାଙ୍କ ଟୁଇଟର ଆକାଉଣ୍ଟରେ ଜମେ ୟୁଜର ବୈଜୟନ୍ତ ଓ ପୁରୀରୁ ସମ୍ବିତ ପାତ୍ରଙ୍କ ପରାଜୟକୁ ସହଜରେ ଗ୍ରହଣ କରିନପାରି ଏକ ଟୁଇଟ୍ କରିଛନ୍ତି। ସେ କହିଛନ୍ତି ଭୋଗଗଣତି ପ୍ରକ୍ରିୟା ଅଥବା ଇଭିଏମ ସ୍ବଛତା ଉପରେ ସନ୍ଦେହ ପ୍ରକଟ କରିଛନ୍ତି।

ଏହି ଟୁଇଟର ଉତ୍ତର ରଖିଛନ୍ତି ବୈଜୟନ୍ତ ପଣ୍ଡା ସେ ତାଙ୍କ ଉତ୍ତରରେ ଲେଖିଛନ୍ତି, “ମୁଁ ଏଭଳି ଅଭିଯୋଗକୁ ଖଣ୍ଡନ କରୁଛି। ଆମେ ଅନ୍ୟମାନଙ୍କ ପରି ନିର୍ବାଚନର ପ୍ରକ୍ରିୟା ଓ ପଦ୍ଧତିକୁ ଦୋଷ ଦେବା ଠିକ୍ ନୁହଁ। ପୁରୀର ଫଳାଫଳକୁ ନେଇ ମୁଁ କିଛି କହିପାରିବି ନାହିଁ। ମାତ୍ର କେନ୍ଦ୍ରାପଡ଼ାରେ ହାରିବାର କାରଣ ଇଭିଏମ୍ ନୁହଁ ଅଲଗା କିଛି।”

Comment