ଓଡ଼ିଶାଲାଇଭ ବ୍ୟୁରୋ

ଭୁବନେଶ୍ୱର, ବରଗଡ଼ ବ୍ରିଟ କଲୋନୀ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରର ଛାତ୍ରୀ ଦେବସ୍ମିତା ଦାସ। ଏ ବର୍ଷ ମାଟ୍ରିକ ପରୀକ୍ଷାରେ ୯୫ ପ୍ରତିଶତ ମାର୍କ ରଖି ବିଦ୍ୟାଳୟ ପାଇଁ ଗର୍ବ ଆଣିବା ସହିତ ନିଜ ପରିବାର ପାଇଁ ଗୌରବ ଆଣିଛନ୍ତିା ଭବିଷ୍ୟତରେ ଜଣେ ଆଇଏଏସ ହେବାକୁ ଲକ୍ଷ୍ୟ ରଖିଛନ୍ତି ଏହି କୃତୀ ଛାତ୍ରୀ।

ତାଙ୍କ ସଫଳତାରେ ସବୁଠୁ ଅଧିକ ଭାବ ବିହ୍ୱଳ ହୋଇଥିଲେ ଦେବସ୍ମିତାଙ୍କ ମା’  ସବିତା ଦାସ। ‘‘ମୋର ୩ଟା ଝିଅ ବୋଲି କେତେ ଲୋକ କେତେ କଥା କହନ୍ତିା ହେଲେ ସେ ସବୁକୁ ମୁଁ ବେଖାତର କରି ମୋ ଝିଅକୁ ମୁଁ ତା’ ଲକ୍ଷ୍ୟ ସ୍ଥଳରେ ପହଞ୍ଚାଇବାକୁ ଚେଷ୍ଟା କରିବିା ତାକୁ ଭବିଷ୍ୟତରେ ଜଣେ ଆଇଏଏସ କରାଇବାକୁ ଚେଷ୍ଟା କରିବି। ଶହେ ପୁଅ ସହ ମୋ ଝିଅ ସମାନ ହେଉ’’, କହିଛନ୍ତି ଦେବସ୍ମିତାଙ୍କ ମା’।

ସେ ଆହୁରି କହିଛନ୍ତି, “ତାକୁ ତା’ ଲକ୍ଷ୍ୟସ୍ଥଳରେ ପହଞ୍ଚାଇବାକୁ ମୁଁ ଆହୁରି ଚେଷ୍ଟା କରିବିା ଖାଲି ମାଟ୍ରିକ ନୁହେଁ ଆଗକୁ ମଧ୍ୟ ରାତି ରାତି ଅନିଦ୍ରା ହୋଇ ତା’ ପାଇଁ ଚେଷ୍ଟା କରିବିା”

‘‘ଫଳ ଉପରେ ମୁଁ ଆଶା କରେନି ବରଂ କର୍ମ ଉପରେ ମୁଁ ବିଶ୍ୱାସ କରେ। ମୋ ପାଠପଢ଼ାରେ ମା’ ମତେ ସବୁଠୁ ଅଧିକ ସାହାଯ୍ୟ କରିଛନ୍ତି। ସବୁବେଳେ ସେ ମୋ ପାଠପଢ଼ା ପାଇଁ ଚିନ୍ତିତ ଥାଏ’’, କହିଛନ୍ତି ନିଜେ ଦେବସ୍ମିତା।

ଦେବସ୍ମିତା ଯେ କେବଳ ଜଣେ ମେଧାବୀ ଛାତ୍ରୀ ତାହା ନୁହେଁ ସେ ଦେବସ୍ମିତାଙ୍କର ବିଦ୍ୟାଳୟର ସମସ୍ତ କାର୍ଯ୍ୟକ୍ରମରେ ଯଥେଷ୍ଟ ଭୂମିକା ଥାଏା ସେ ଭଲ ଭାଷଣ ଦେବା ସହ ଭଲ କବିତା ମଧ୍ୟ ଲେଖିପାରନ୍ତି ବୋଲି କହିଛନ୍ତି ତାଙ୍କ ବିଦ୍ୟାଳୟର ପ୍ରଧାନ ଆଚାର୍ଯ୍ୟା ସୁଲୋଚନା ପଣ୍ଡା

ପାଠପଢ଼ାରେ ଦେବସ୍ମିତାଙ୍କ ଜିଦି ହିଁ ତାଙ୍କ ସଫଳତାର ଚାବିକାଠି ବୋଲି କହନ୍ତି ଦେବସ୍ମିତାଙ୍କ ବାପା ଦେବେନ୍ଦ୍ର କୁମାର ଦାସା

ଦେବସ୍ମିତାଙ୍କ ସଫଳତା ପଛରେ ତାଙ୍କର ଅକ୍ଳାନ୍ତ ପରିଶ୍ରମ ଓ ଦୃଢ଼ ଇଚ୍ଛାଶକ୍ତି ରହିଛି ବୋଲି କହନ୍ତି ତାଙ୍କ ସମ୍ପର୍କୀୟମାନୋ

ମେ’ ୨୧ରେ  ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ପରିଚାଳିତ ମାଟ୍ରିକ ପରୀକ୍ଷା ଫଳ ପ୍ରକାଶ ପାଇଥିଲା। ଗ୍ରେଡ୍‌ ଏ୧ରେ ୧୧୮୧ ଜଣ ଛାତ୍ରଛାତ୍ରୀ ଥିବାବେଳେ ୯୯୩୮ ଏ୨ ଗ୍ରେଡ୍‌ ପାଇଛନ୍ତି। ଏହା ସହିତ ବି୧ ଗ୍ରେଡ଼୍‌ ୨୪,୯୯୧ ଜଣ ପାଇଥିବାବେଳେ ୪୬,୩୧୯ ବି୨ ଗ୍ରେଡ୍‌ ପାଇଛନ୍ତି।

ସେହିମଧ୍ୟରୁ କିଛି ମେଧାବୀ ଛାତ୍ରଙ୍କ ଆଗାମୀ ଲକ୍ଷ୍ୟ ଓ ଭବିଷ୍ୟତ ସମ୍ପର୍କରେ ଜାଣିବାକୁ ଚେଷ୍ଟା କରିଥିଲା ଓଡ଼ିଶାଲାଇଭ ଟିମ।

Comment