ଓଡ଼ିଶାଲାଇଭ ପଲିଟିକାଲ୍ ବ୍ୟୁରୋ

ଚଳିତ ନିର୍ବାଚନରେ କଂଗ୍ରେସ ଧରାଶାୟୀ ହୋଇଛି। ତାହା ସାଙ୍ଗକୁ ସେ ନିଜେ ଠିଆ ହୋଇଥିବା ଦୁଇ ଦୁଇଟି ଆସନରୁ ହାରିଯାଇଛି। ଏହି ପରାଜୟ ପରେ ଶୁକ୍ରବାର ପିସିସି ସଭାପତି ପଦରୁ ଇସ୍ଥଫା ଦେଇଛନ୍ତି ନିରଞ୍ଜନ ପଟ୍ଟନାୟକ।  ନିଜ ଇସ୍ତଫାପତ୍ର ଏଆଇସିସି ଅଧ୍ୟକ୍ଷଙ୍କୁ ନିରଞ୍ଜନ ନିଜ ଇସ୍ତଫାପତ୍ର ପଠାଇଛନ୍ତି।

ସାଧାରଣ ନିର୍ବାଚନରେ କଂଗ୍ରେସର ପରାଜୟ ପରେ ନିଜପଦରୁ ନିରଞ୍ଜନ ଇସ୍ତଫା ଦେଇଛନ୍ତି। ସେ ନୈତିକତା ଦୃଷ୍ଟିରୁ  ଇସ୍ତଫା ଦେଇଥିବା କହିଛନ୍ତି। ସେ କହିଛନ୍ତି କଂଗ୍ରେସକୁ ସୁଦୃଢ କରିବାଲାଗି ଯଥାସମ୍ଭବ ଉଦ୍ୟମ କରିଥିଲେ। ଏହାସହିତ ସାଧରଣ ନିର୍ବାଚନ କଂଗ୍ରେସରେ ବିଜୟ ହୋଇଥିବା ବିଧାୟକ ଓ ସାଂସଦ ମାନଙ୍କୁ ସେ ଶୁଭେଛା ଜଣାଇଛନ୍ତି।

ଅନ୍ୟପଟେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ବି ସେ ଅଭିନନ୍ଦନ ଜଣାଇଛନ୍ତି। ୧୪୬ ବିଧାନସଭା ଆସନରୁ କଂଗ୍ରେସ ୯ ଟିରେ ବିଜୟ ହୋଇଥିବା ବେଳେ ୨୧ ଲୋକସଭା ଆସନ ମଧ୍ୟରୁ କଂଗ୍ରେସ ଗୋଟିଏ ଆସନରେ ସଫଳତା ପାଇଛି।

Comment