ଓଡ଼ିଶାଲାଇଭ୍‌ ବ୍ୟୁରୋ

“ଓଡ଼ିଶାରେ ପୁଣିଥରେ ବିଜେଡିକୁ ସଫଳତା ମିଳିଛି। ଏଥିପାଇଁ ରାଜ୍ୟବାସୀଙ୍କୁ କୃତଜ୍ଞତା ଜଣାଉଛି। ଦଳର ନେତା ଓ କର୍ମକର୍ତ୍ତା ପରିଶ୍ରମ ବିନା ଏହା ସମ୍ଭବ ହୋଇପାରିନଥାନ୍ତା। ସେହିପରି ମହିଳା ପ୍ରାର୍ଥୀ ବହୁମତ ପାଇ ବିଜୟୀ ହୋଇଥିବାରୁ ମୁଁ ସେମାନଙ୍କୁ କୃତଜ୍ଞତା ଜଣାଉଛି”, କହିଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ।

ପୁଣି ଥରେ ବହୁମତ ପାଇ ବିଜେଡି ସଭାପତି ନବୀନ ପଟ୍ଟନାୟକ ୨୦୧୯ ନିର୍ବାଚନରେ ବାଜି ମାରିଛନ୍ତି। ପଞ୍ଚମଥର ପାଇଁ ନବୀନ ଓଡ଼ିଶାରେ ସରକାର ଗଢ଼ିବାକୁ ଯାଉଛନ୍ତି। ତେବେ ଫଳାଫଳ ପ୍ରକାଶ ପାଇବା ପରେ ଏହି ବୃହତ ବିଜୟ ପାଇଁ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ରାଜ୍ୟବାସୀଙ୍କୁ କୃତଜ୍ଞତା ଜଣାଇଛନ୍ତି।

NAVEEN

ସଫଳତାର ଶ୍ରେୟ ରାଜ୍ୟବାସୀ ଏବଂ ଦଳର କର୍ମକର୍ତ୍ତାଙ୍କୁ ଦେଇ ନବୀନ କହିଛନ୍ତି, “ପଞ୍ଚମ ଥର ଶାସନ ଗାଦିରେ ବସିବାକୁ ଯାଉଛି ବିଜେଡି। ଓଡ଼ିଶାର ବିକାଶ ଦିଗରେ ଆମେ କାମ କରିବୁ। ଆଗାମୀ ଦିନରେ ରାଜ୍ୟର ଉନ୍ନତି ପାଇଁ ଦୁଇଗୁଣା ପରିଶ୍ରମ କରିବୁ।”

ମୋଦି ହାୱାକୁ ନେଇ ନବୀନ କହିଛନ୍ତି “ସାରା ଦେଶରେ ମୋଦି ହାୱା ଦେଖାଦେଇଥିଲା। ଏହାର ପ୍ରଭାବ ଓଡ଼ିଶା ଉପରେ ମଧ୍ୟ ପଡ଼ିଥିଲା। ଓଡ଼ିଶା ବିଧାନସଭା ଆସନରେ ଆମେ ଭଲ ପ୍ରଦର୍ଶନ କରିଥିବା ବେଳେ ଲୋକସଭା ଆସନରେ ଆମ ସଂଖ୍ୟା କମିଛି।”

ରାଜ୍ୟର ବିକାଶ ପାଇଁ ଆମେ କେନ୍ଦ୍ର ସରକାରଙ୍କୁ ଗଠନମୂଳକ ସହଯୋଗ କରିବୁ ବୋଲି କହିଛନ୍ତି ନବୀନ।

Comment