ଓଡ଼ିଶାଲାଇଭ୍ ବ୍ୟୁରୋ

୨୦୧୯ ଲୋକସଭା ନିର୍ବାଚନରେ କଂଗ୍ରେସର ନିରାଶଜନକ ପରାଜୟ ପରେ ଦଳର ମାନସମନ୍ଥନ ଆରମ୍ଭ ହୋଇଯାଇଛିା ଏଥିପାଇଁ ଦିଲ୍ଲୀରେ ଶନିବାର କଂଗ୍ରେସର କାର୍ଯ୍ୟକାରିଣୀ ବୈଠକ ଆରମ୍ଭ ହୋଇଛିା

ବୈଠକରେ ୟୁପିଏ ଅଧ୍ୟକ୍ଷ ସୋନିଆ ଗାନ୍ଧି, କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି,  କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧି , ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହ, ପଞ୍ଜାବ ମୁଖ୍ୟମନ୍ତ୍ରୀ କ୍ୟାପଟେନ ଅମରିନ୍ଦର ସିଂହ, ଗୁଲାମ ନବୀ ଆଜାଦ ଉପସ୍ଥିତ ଅଛନ୍ତିା

ବୈଠକରେ ପରାଜୟ କାରଣ ଉପରେ ଆଲୋଚନା ଜାରି ରହିଛିା ବୈଠକରେ ରାହୁଲ ଗାନ୍ଧି ନିଜ ପଦରୁ ଇସ୍ତଫା ଦେଇପାରନ୍ତିା

ଏଥର ନିର୍ବାଚନରେ କଂଗ୍ରେସ ୧୮ଟି ରାଜ୍ୟ ସହ ଗୋଟିଏ କେନ୍ଦ୍ରଶାସିତ ଅଞ୍ଚଳରେ ଖାତା ଖୋଲିପାରିନାହିଁ, ଅର୍ଥାତ ଏସବୁ ସ୍ଥାନରେ କଂଗ୍ରସର ଫଳ ଶୂନ।

୨୦୧୪ ମସିହା ନିର୍ବାଚନରେ କଂଗ୍ରେସକୁ ମାତ୍ର ୪୪ଟି ଆସନରେ ସଫଳତା ମିଳିଥିବା ବେଳେ ୨୦୧୯ରେ ଏହି ସଂଖ୍ୟା ୫୨ରେ ପହଞ୍ଚିଛି।

କଂଗ୍ରେସ ଆନ୍ଧ୍ରପ୍ରଦେଶ, ଅରୁଣାଞ୍ଚଳ ପ୍ରଦେଶ, ଚଣ୍ଡିଗଡ,ଦାଦ୍ରାନଗର ହାବେଳି, ଡାମନ ଡିୟୁ,ଗୁଜୁରାଟ, ହରିୟାଣା,ହିମାଚଳ ପ୍ରଦେଶ,ଜମ୍ମୁ କଶ୍ମୀର, ମଣିପୁର, ମିଜୋରାମ,ନାଗାଲାଣ୍ଡ ପରି ରାଜ୍ୟରେ ଖାତା ଖୋଲିପାରିନାହିଁ। ବୈଠକରେ ଏହାର ସମୀକ୍ଷା ଜାରି ରହିଛିା

Comment