ଓଡ଼ିଶାଲାଇଭ୍‌ ବ୍ୟୁରୋ

“ଜଗତର ନାଥ ଜଗନ୍ନାଥ ନବୀନ ବାବୁଙ୍କୁ ଆଶୀର୍ବାଦ କରନ୍ତୁ ଏବଂ ଓଡ଼ିଶାର ଉନ୍ନତି ହେଉ”, ନିର୍ବାଚନରେ ଜିତିବା ପରେ ବିଜେଡି ନେତା ପ୍ରଦୀପ ମହାରଥୀ ଓଡିଶାଲାଇଭ୍‌କୁ କହିଛନ୍ତି।

ଚଳିତ ନିର୍ବାଚନରେ ବିଜେଡି ନେତା ପ୍ରଦୀପ ମହାରଥୀ ସପ୍ତମଥର ପାଇଁ ପିପିଲି ବିଧାନସଭା ଆସନରୁ ବିଜୟଲାଭ କରିଛନ୍ତି। ସେ ତାଙ୍କ ନିକଟତମ ପ୍ରତିଦ୍ୱନ୍ଦୀ ବିଜେପି ନେତା ଅଶ୍ରିତ ପଟ୍ଟନାୟକଙ୍କଠାରୁ ୧୫୭୮୭ ଭୋଟରେ ଆଗୁଆ ରହି ଜିତିଛନ୍ତି।

ନିଜ ବିଜୟ ପାଇଁ ମହାରଥୀ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କୁ ଧନ୍ୟବାଦ ଜଣାଇଛନ୍ତି। ଚଳିତ ନିର୍ବାଚନରେ ଓଡ଼ିଶାରେ ବିଜେଡି ୧୧୨ ଆସନ ପାଇ ନୂଆ ସରକାର ଗଠନ କରିବାକୁ ଯାଉଛି। ଏହା ଉପରେ ପ୍ରଦୀପ ମହାରଥୀ କହିଛନ୍ତି, “ନବୀନ ବାବୁଙ୍କ ଗ୍ରାମାଞ୍ଚଳର ବିକାଶ, ଓଡ଼ିଶାର ପ୍ରଗତି ଏବଂ ମହିଳାମାନଙ୍କ ତାଙ୍କ ଉପରେ ଯେଉଁ ବିଶ୍ୱାସ ରହିଛି ଏହାରି ଉପରେ ଚଳିତ ନିର୍ବାଚନର ପଳାଫଳ ନିର୍ଣ୍ଣାୟକ ହୋଇଛି।”

Comment