ଓଡ଼ିଶାଲାଇଭ ବ୍ୟୁରୋ

ଗୁଜୁରାଟର ସୁରଟସ୍ଥିତ ଏକ କୋଚିଂ ସେଣ୍ଟରରେ ଭୟାବହ ଅଗ୍ନିକାଣ୍ଡ ଘଟଣାରେ ମୃତ୍ୟୁ ସଂଖ୍ୟା ୨୦କୁ ବୃଦ୍ଧି ହୋଇଛିା ଅନେକ ଆହତ ହୋଇଛନ୍ତିା

ଆହତଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛିା ସେପଟେ ଅଗ୍ନିକାଣ୍ଡର ତନାଘନା ଆରମ୍ଭ ହୋଇଛିା କୋଚିଂ ସେଣ୍ଟରର ପରିଚାଳକଙ୍କୁ ଅଟକ ରଖି କ୍ରାଇମବ୍ରାଞ୍ଚ ତନାଘନା ଆରମ୍ଭ କରିଛିା

ଘଟଣାକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗଭୀର ଦୁଃଖ ପ୍ରକାଶ କରିଛନ୍ତିା ସେ ଗୁଜୁରାଟ ସରକାରଙ୍କୁ ଆହତଙ୍କ ଚିକିତ୍ସା ଲାଗି ସମସ୍ତ ପ୍ରକାର ସହାୟତା ଯୋଗାଇ ଦେବା ସହ ମୃତକଙ୍କ ପରିବାରକୁ ୪ ଲକ୍ଷ ଟଙ୍କାର ସାହାୟତା ଦେବାକୁ ନିର୍ଦ୍ଦେଶ ଦେଇଛନ୍ତିା

ଶୁକ୍ରବାର ଅପରାହଣରେ କୋଚିଂ ସେଣ୍ଟରର ଚତୁର୍ଥ ମହାଲାରେ ଏହି ଅଗ୍ନିକାଣ୍ଡ ଘଟିଥିଲା। ନିଆଁର ଭୟାଭୟ ଏତେ ଜୋରରେ ଥିଲା ଯେ, ନିଜ ଜୀବନ ବଞ୍ଚାଇବା ପାଇଁ ଛାତ୍ରମାନେ ଚତୁର୍ଥ ମହାଲା ଉପରୁ ତଳକୁ ଡେଇଁ ପଡ଼ିଥିଲୋ

ସର୍ଟସର୍କିଟ ଯୋଗୁଁ କୋଚିଂ ସେଣ୍ଟରରେ ନିଆଁ ଲାଗିଥିବା ଜଣାପଡ଼ିଥିଲା। ତେବେ ଘଟଣାସ୍ଥଳରେ ଅଗ୍ନିଶମବାହିନୀ ପହଞ୍ଚି ନିଆଁକୁ କାବୁ କରିଥିଲେ। ସେତେବେଳକୁ ନିଆଁର କରାଳ ଛାୟା ୧୯ ଜଣ ଛାତ୍ରଙ୍କ ଜୀବନ ନେଇସାରିଥିଲା।

Comment