ଓଡ଼ିଶାଲାଇଭ ବ୍ୟୁରୋ

ଗତ କିଛିଦିନ ହେବ ସାରା ରାଜ୍ୟରେ ଗ୍ରୀଷ୍ଣ ପ୍ରବାହ ଜାରି ରହିଛି। ବିଷେଶକରି ପଶ୍ଚିମ ଓ ଆଭ୍ୟନ୍ତରୀଣ ଓଡ଼ିଶାରେ ଗରମ ଅଧିକ ଅନୁଭୂତ ହେଉଛି। ଗରମଠୁ ଅଧିକ ଗୁଳୁଗୁଳି ଯେମିତି ଲୋକଙ୍କୁ ଅସହ୍ୟ କରିଦେଲାଣି।

ସକାଳ ୯ଟାପରେ ଅତିଆବଶ୍ୟକ କାମ ନଥିଲେ ଲୋକେ ଘରୁ ବାହାରକୁ ବାହାରୁନାହାନ୍ତି। ରାସ୍ତାଘାଟ ଶୂନଶାନ୍। ସେପଟେ ପାଣିପାଗ ବିଭାଗ କହିଥିଲା କି ଆସନ୍ତା ୨୬ଯାଇଁ ଗ୍ରୀଷ୍ମ ପ୍ରବାହ ଜାରି ରହିବ ତେବେ ଏହା ଏବେ ୨୯ତାରିଖ ଯାଏଁ ବୃଦ୍ଧି ହୋଇଛି। ଅର୍ଥାତ ଆହୁରି ୪ରୁ୫ଦିନ ଏଭଳି ଖରାଗରମ ଲାଗି ରହିବ।

ସେପଟେ ଶୁକ୍ରବାର ସମ୍ବଲପୁରରେ ୪୩.୯ ଡିଗ୍ରୀ ତାପମାତ୍ରା ଥିବା ବେଳେ ହୀରାକୁଦରେ ୪୩.୮ ଡିଗ୍ରୀ ରହିଛି। ସେହିପରି ତାଳଚେରରେ ୪୩.୭ ଡିଗ୍ରୀ ତାପମାତ୍ରା ଥିବା ବେଳେ ଝାରସୁଗୁଡ଼ା ୪୩.୫, ସୋନପୁର ୪୩.୨, ବଲାଙ୍ଗିର ୪୨.୭, ଭବାନୀପାଟଣା ୪୧.୫, ମାଲକାନଗିରି ୪୧ ଏବଂ ସୁନ୍ଦରଗଡ଼ରେ ୪୦ ଡିଗ୍ରୀ ରହିଥିଲା।

ଟୁଇନ୍‌ ସିଟିରେ ଗୁଳୁଗୁଳିରୁ ସାମାନ୍ୟ ତ୍ରାହି ମିଳିଛି। ଶୁକ୍ରବାର ରାଜଧାନୀ ଭୁବନେଶ୍ୱରରେ ତାପମାତ୍ରା ୩୭.୭ ଡିଗ୍ରୀ ଥିବା ବେଳେ କଟକରେ ୩୭.୨ ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଛି।

Comment