ଓଡ଼ିଶାଲାଇଭ୍ ବ୍ୟୁରୋ

(ଏମ୍ସ)ଏମବିବିଏସ୍ ଡାକ୍ତରୀ ପାଠ୍ୟକ୍ରମ ପ୍ରବେଶିକା ପରୀକ୍ଷା ଆଜି  ଓ ଆସନ୍ତାକାଲି ଅନୁଷ୍ଠିତ ହେବ। ।ପରୀକ୍ଷା ଦୁଇଟି ସିଫ୍ଟରେ ହେବ, ପ୍ରଥମଟି ସକାଳ ୯ଟାରୁ ୧୨ଟା ଓ ଦ୍ବିତୀୟଟି ଦିନ ସାଢେ ୨ଟାରୁ ସାଢେ ୫ଟା ଯାଏଁ ହେବ। ଏହି ଏଣ୍ଟ୍ରାନ୍ସ ପରୀକ୍ଷା ଲାଗି ଦେଶରେ ୧୫ଟି ପରୀକ୍ଷା କେନ୍ଦ୍ର କରାଯାଇଛି। ସେଥିମଧ୍ୟରୁ ଭୁବନେଶ୍ଵର ମଧ୍ୟ ଗୋଟିଏ ସେଣ୍ଟର ରହିଛି।

ଏଥିଲାଗି ଏମ୍ସ ୱେବସାଇଟରେ ଛାତ୍ରଛାତ୍ରୀ ମାନେ ଆଡମିଟ୍ କାର୍ଡ ଡାଉନଲୋଡ କରୁଛନ୍ତି। ଛାତ୍ରଛାତ୍ରୀମାନେ ପଞ୍ଜିକରଣ ନମ୍ବର ଓ ଜନ୍ମ ତାରିଖ ଦେଇ ନିଜ ଆଡମିଟ୍ କାର୍ଡ ପାଇପାରିବେ

ଏହି ପ୍ରବେଶିକା ପରୀକ୍ଷା ୮୦୭ଟି ସିଟରେ ନାମଲେଖା ଲାଗି ହେଉଛି। ଏହାର ରେଜଲ୍ଟ ଜୁନ୍ ୧୨ରେ ପ୍ରକାଶ ପାଇବ। ସେହପରି ରେଜଲ୍ଟ ବାହାରିବାପରେ ଆଡମିଶନ ଲାଗି ଜୁଲାଇ ୩ରୁ ସେପ୍ଟେମ୍ବର ୪ ଯାଏଁ  ଯାଥାକ୍ରମେ କାଉନସେଲିଂ ହେବା ନେଇ ଏମ୍ସ ୱେବସାଇଟରୁ ସୂଚନା ମିଳିଛି।

Comment