ଓଡ଼ିଶାଲାଇଭ୍ ପଲିଟିକାଲ୍ ବ୍ୟୁରୋ

ଲୋକସଭା ଫଳାଫଳ ଆସିବାପରେ ବିହାରର ପୂର୍ବ ମୁଖ୍ୟମନ୍ତ୍ରୀ ତଥା ଆରଜେଡି ମୁଖ୍ୟ ଲାଲୁ ପ୍ରସାଦ ଯାଦବ ଖାଇବା ପିଇବା ଛାଡ଼ି ଦେଇଛନ୍ତି। ରାଞ୍ଚିର ରିମ୍ସ ହସ୍ପିଟାଲରେ ଚିକିତ୍ସା କରୁଥିବା ଲାଲୁଙ୍କ ଡାକ୍ତର ଏହି ସୂଚନା ଦେଇଛନ୍ତି। ଡାକ୍ତରଙ୍କ ସୂଚନାନୁସାରେ ଲାଲୁ ଯାଦବ ଖାଦ୍ୟ ଖାଉନଥିବାରୁ ତାଙ୍କ ସ୍ଵାସ୍ଥ୍ୟ ବିଗିଡିବାରେ ଲାଗିଛି। କହିରଖୁଛୁ କି ଲୋକସଭା ନିର୍ବାଚନରେ ଆରଜେଡିକୁ ଗୋଟିଏ ବି ଆସନରେ ସଫଳତା ମିଳିନାହିଁ।

ଡାକ୍ତରଙ୍କ ସୂଚନାନୁସାରେ ଲାଲୁ ସକାଳ ପରେ ସିଧା ରାତି ଖାଇବା ଖାଉଛନ୍ତି, ଯେଉଁଥିପାଇଁ ତାଙ୍କୁ ଇନସୁଲିନ୍ ଦେବାର ଅସୁବିଧା ହେଉଛି। ସେପଟେ ଆରଜେଡି ନେତାଙ୍କ କହିବା କଥା ଯଦି ନିର୍ବାଚନ ସମୟରେ ଆମ ସହ ରହିଥାନ୍ତେ ତେବେ ଆମେ ନିଶ୍ଚିତ ଭଲ ପ୍ରଦର୍ଶନ କରିଥାନ୍ତୁ।

ଲୋକସଭା ନିର୍ବାଚନରେ ବିହାରରେ ଲାଲୁଙ୍କ ଦଳ ଖାତାବି ଖୋଲିପାରି ନାହିଁ। ବିହାରର ୪୦ ଲୋକସଭା ଆସନ ଲାଗି ନିର୍ବାଚନ ହୋଇଥିଲା ଯେଉଁଥିରେ ୩୯ଟି ରେ ଏନଡିଏକୁ ସଫଳତା ମିଳିଛି, ଏହାସହିତ ଗୋଟିଏ ଆସନରେ କଂଗ୍ରେସକୁ ସଫଳତା ମିଳିଛି।

Comment