ଓଡ଼ିଶାଲାଇଭ ପଲିଟିକାଲ୍ ବ୍ୟୁରୋ

‘ନିର୍ବାଚନ ଫଳାଫଳ ପରେ ବି ବିଜେପିକୁ ଟାର୍ଗେଟ କଲେ ମମତା ବାନାର୍ଜୀ’

ଲୋକସଭା ନିର୍ବାଚନରେ ପଶ୍ଚିମବଙ୍ଗରେ ବିଜେପି ଅନେକାଂଶରେ ଭଲ ପ୍ରଦର୍ଶନ କରିଛି। ସେପଟେ ଶାସନରେ ଥିବା ତୃଣମୂଳ କଂଗ୍ରେସ ପୂର୍ବଥର ଅପେକ୍ଷା ଅନେକ କମ୍ ସଫଳତା ପାଇଛି। ଏହାପରେ ପାର୍ଟିର ମୁଖ୍ୟ ମମତା ବାନାର୍ଜୀ ଶନିବାର ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ ମାତ୍ର ଦଳ ଏହାକୁ ଗ୍ରହଣ କରିନଥିଲା।

ଏହାପରେ ମମତା ନିର୍ବାଚନ ଲଢ଼ିଥିବା ପ୍ରାର୍ଥୀ ଓ ବରିଷ୍ଠ ନେତାଙ୍କ ସହିତ ଅନେକସମୟ ଧରି ବୈଠକ କରିଥିଲେ। ବୈଠକ ପରେ ମମତା ବାନାର୍ଜୀ କହିଛନ୍ତି, “ମୁଁ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବାକୁ ଚାହୁଁଥିଲି। ଆସନ ମୋ ପାଇଁ କିଛି ନୁହଁ , ମାତ୍ର ଏହାକୁ ଦଳ ଗ୍ରହଣ କରିନାହିଁ। ମତେ ଆସନର ଆବଶ୍ୟକତା ନାହିଁ, ମାତ୍ର ଆସନର ଆବଶ୍ୟକତା ମତେ ଅଛି।”

ଏହାସହିତ ସେ କହିଛନ୍ତି ତାଙ୍କ ସରକାର ଲୋକଙ୍କର ସବୁ ଦାବିକୁ ପୂରଣ କରିଛି। ଆଗକୁ ଦଳ ଉପରେ ଅଧିକ ଗୁରୁତ୍ଵ ଦେବେ ବୋଲି ସେ କହିଛନ୍ତି।

ବିଜେପିକୁ ଟାର୍ଗେଟ କଲେ

ନିର୍ବାଚନ ଫଳାଫଳ ଆସିବାପରେ ମମତା ବାନାର୍ଜୀ ସାମ୍ବାଦିକ ସମ୍ମିଳନୀ କରି କହିଛନ୍ତି କି ବିଜେପି ପଶ୍ଚିମବଙ୍ଗରେ ଭୋଟ ହାତେଇବା ଲାଗି ଧାର୍ମିକ ଆଧାରର ଧ୍ରୁବୀକରଣ କରିଛି। ଏଥର ନିର୍ବାଚନରେ ବିଜେପି ପଶ୍ଚିମବଙ୍ଗରେ ୧୮ ଆସନରେ ବିଜୟ ହୋଇ ସଫଳତା ପାଇଛି। ଟିଏମସି ୨୨ ଆସନରେ ସଫଳତା ପାଇଛି, ୨୦୧୪ ରେ ୩୪ ଆସନରେ ଟିଏମସି ସଫଳତା ପାଇଥିଲା।

Comment