ଓଡ଼ିଶାଲାଇଭ ଏଣ୍ଟରଟେନମେଣ୍ଟ ବ୍ୟୁରୋ

ନିର୍ବାଚନ ଜିତିବା ପରେ ମୁମ୍ବାଇ ଫେରିଛନ୍ତି ଅଭିନେତା ତଥା ଗୁରୁଦାସପୁରର ନିର୍ବାଚିତ ସାଂସଦ ସନି ଦେଓଲ। ମୁମ୍ବାଇ ଏୟାରପୋର୍ଟରୁ ଆସୁଥିବା ସମୟର ଏକ ଭିଡଓ ସୋସିଆଲ ମିଡିଆରେ ସେୟାର ହୋଇଛି। ଏହି ଭିଡିଓକୁ ସେୟାର କରିଛନ୍ତି ଖ୍ୟାତନାମା ଫଟୋଗ୍ରାଫର ବିରଳ ଭୟାନି।

ଅଭନେତା ସନି ଦେଓଲ ପ୍ରଥମଥର ପାଇଁ ଏଥର ନିର୍ବାଚନ ମଇଦାନକୁ ଓହ୍ଲାଇଥିଲେ। ସେ ପଞ୍ଜାବର ଗୁରୁଦାସପୁର ଲୋକସଭା ଆସନରେ ବିଜେପି ଟିକେଟରେ ଛିଡ଼ା ହୋଇଥିଲେ।

ପ୍ରଥମ ଥର ଉଦ୍ୟମରେ ନିର୍ବାଚନରେ ସଫଳ ହୋଇଛନ୍ତି ସନି ଦେଓଲ। ତାଙ୍କ ବିପକ୍ଷରେ କଂଗ୍ରେସ ପ୍ରାର୍ଥୀ ହୋଇଥିଲେ ସୁନୀଲ ଝାଖଡ଼।

ସନିଙ୍କ ଏହି ନିର୍ବାଚନୀ ପରୀକ୍ଷାରେ ତାଙ୍କୁ ପୂର୍ଣ୍ଣ ସହଯୋଗ କରିଥିଲେ ତାଙ୍କ ଭାଇ ବବି ଦେଓଲ। ନିର୍ବାଚନ ପ୍ରଚାରଠୁ ଆରମ୍ଭ କରି ପ୍ରାର୍ଥିପତ୍ର ଦାଖଲ ପର୍ଯ୍ୟନ୍ତ ସବୁ ସମୟରେ ସନିଙ୍କ ସାଙ୍ଗରେ ରହିଥିଲେ ବବି।

Comment