ଓଡ଼ିଶାଲାଇଭ ବ୍ୟୁରୋcourtesy- avp news

ମୁମ୍ବାଇରେ ଏକ ମେଡିକାଲ ଛାତ୍ରୀ ପାୟଲ ତଣ୍ଡବୀ ଆତ୍ମହତ୍ୟା କରିଛନ୍ତି। ପାୟଲଙ୍କ ମାଙ୍କ ସୂଚନାନୁସାରେ କଲେଜରେ କିଛି ସିନିୟର ଜାତିକୁ ନେଇ ପାୟଲଙ୍କୁ ମାନସିକ ଭାବେ ଚାପ ପକାଉଥିଲେ। ପାୟଲଙ୍କୁ ତାଙ୍କ ଜାତିକୁ ନେଇ ଗାଳି ଦିଆଯାଉଥିଲା। ଯେଉଁଥିପାଇଁ ସେ ଆତ୍ମହତ୍ୟା କରିଛନ୍ତି।

ତାଙ୍କ ମା’ ଏହା ବି କହିଛନ୍ତି କି ଏନେଇ ପାୟଲ କଲେଜ ପ୍ରଶାସନକୁ ଜଣାଇଥିଲେ। କଲେଜ ପ୍ରଶାସନ ଏନେଇ ଉଚିତ୍ ପଦକ୍ଷେପ ନିଆଯିବ ବୋଲି ଭରସା ବି ଦେଇଥିଲେ, ମାତ୍ର ପରବର୍ତ୍ତି ସମୟରେ କୌଣସି ପଦକ୍ଷେପ ନିଆଯାଇନଥିବା ଅଭିଯୋଗ ଆଣିଛନ୍ତି ପାୟଲଙ୍କ ମା’।

ମୁମ୍ବାଇ ନାୟର ହସ୍ପିଟାଲରେ ୨୦୧୮ ମେ’ରେ ପାୟଲ ଆଡମିସନ କରିଥିଲେ। ପାୟଲଙ୍କ ଆଡମିସନ ଆରକ୍ଷଣ କୋଟାରେ ହୋଇଥିଲା। ପାୟଲ ସେଠାରେ ସ୍ତ୍ରୀ ରୋଗ ବିଭାଗରେ ପାଠ ପଢ଼ୁଥିଲେ।

“ସେ ଯେବେ ବି ମୋ ସହ ଫୋନରେ କଥା ହୁଏ ତିନିଜଣ ସିନିୟରଙ୍କ ନାଁ ନେଇଥାଏ। ସେ ତିନିଜଣ ଡାକ୍ତର ସବୁବେଳେ ତାଙ୍କୁ ଟର୍ଚର ଦେଇଆସୁଥିଲେ। ପାୟଲଙ୍କ ଜାତିକୁ ନେଇ ତାକୁ ସବୁବେଳେ ନିଚା ଦେଖାଉଥିଲେ।” କୋହଭରା କଣ୍ଠରେ ଏହା କହିଛନ୍ତି ପାୟଲଙ୍କ ମା।

ଏହି ଘଟଣାର ତଦନ୍ତ ପାଇଁ କଲେଜରେ ଏକ ଯାଞ୍ଚ କମିଟି ଗଠନ କରାଯାଇଛି। କଲେଜ ପ୍ରଶାସନ ପକ୍ଷରୁ କୁହାଯାଇଛି ତଦନ୍ତ ବେଳେ ଯେଉଁମାନେ ଦୋଷୀ ସାବ୍ୟସ୍ତ ହେବେ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ସେପଟେ ପୋଲିସ ମଧ୍ୟ ଏହି ଘଟଣାରେ ଏକ ମାମଲା ଦାୟର କରି ତଦନ୍ତ ଆରମ୍ଭ କରିଛି।

Comment