ଓଡ଼ିଶାଲାଇଭ ବ୍ୟୁରୋ

ଓଡ଼ିଶା ଆସିବ ପର୍ବତ ଆରୋହୀ କଳ୍ପନା ଦାସଙ୍କ ପାର୍ଥିବ ଶରୀର। ତାଙ୍କ ମରଶରୀରକୁ ଓଡ଼ିଶା ଆଣିବା ପାଇଁ ରାଜ୍ୟ ସରକାର ପ୍ରସ୍ତୁତି ଆରମ୍ଭ କରିଛନ୍ତି। ସେଥିପାଇଁ ଏକ ୩ ଜଣିଆ ଟିମ ମଧ୍ୟ ଗଠନ କରାଯାଇଛିା

ଏହି ଟିମରେ ଅଛନ୍ତି କଳ୍ନନା ଦାସଙ୍କ ଭାଇ ପ୍ରଦୀପ ଦାସ, ପର୍ବତ ଆରୋହଣକାରୀ ଗଣେଶ ଜେନା, କଳ୍ପନାଙ୍କ ଆଉ ଜଣେ ସମ୍ପର୍କୀୟ ରଞ୍ଜିତ କର୍ମୀ।

ସୋମବାର ଏହି ଟିମ ନେପାଳର ରାଜଧାନୀ କାଠମାଣ୍ଡୁ ଗସ୍ତ କରିଛନ୍ତିା ସେପଟେ ରାଜ୍ୟ ସରକାର ନେପାଳରେ ଥିବ ଭାରତୀୟ ଦୂତାବାସଙ୍କ ସହ ଯୋଗାଯୋଗ କରିଛନ୍ତିା ରାଜ୍ୟପାଳ ପ୍ରଫେସର ଗଣେଶୀଲାଲ ନିଜେ ଦୂତାବାସଙ୍କ ସହ କଥା ହୋଇଛନ୍ତିା

କଳ୍ପନାଙ୍କ ମରଶରୀର ଓଡ଼ିଶା ଆଣିବା ପାଇଁ ସମସ୍ତ ଖର୍ଚ୍ଚ ରାଜ୍ୟ ସରକାର ବହନ କରିବୋ

ମେ’୨୩ରେ ଏଭରେଷ୍ଟର ବାଲାକୋନି ଅଞ୍ଚଳରେ ମଧ୍ୟାହ୍ନ ୧୨.୪୫ ମିନିଟରେ ତାଙ୍କ ଦେହାନ୍ତ ହୋଇଥିଲା । ମୃତ୍ୟୁ ବେଳକୁ ତାଙ୍କୁ ୫୩ ବର୍ଷ ବୟସ ହୋଇଥିଲା

ଢ଼େଙ୍କାନାଳ ଝିଅ କଳ୍ପନା ୨୦୦୮ରେ ଏଭରେଷ୍ଟ ଚଢ଼ି ଇତିହାସ ରଚିଥିଲୋ ଏହାପରେ ସେ ଓଡ଼ିଶାର ପ୍ରଥମ ଏଭରେଷ୍ଟ ଆରୋହୀ ହୋଇପାରିଥିଲୋ

Comment