ଓଡ଼ିଶାଲାଇଭ ବ୍ୟୁରୋ

ଉତ୍ତରପ୍ରଦେଶର ବାରବାଙ୍କିରେ ବିଷାକ୍ତ ମଦ ୧୦ ଜୀବନ ନେଇଛିା ଏହି ମୃତକଙ୍କ ମଧ୍ୟରେ ଗୋଟିଏ ପରିବାରୁ ୪ ଜଣ ରହିଛନ୍ତିା ମଦ ପିଇ ଗୁରୁତର ହୋଇଥିବା ୨୦ରୁ ଅଧିକ ଲୋକଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛିା ଏଭଳି ଅଭାବନୀୟ ଘଟଣା ସୋମବାର ରାତିରେ ଘଟିଛିା

ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଘଟଣାରେ ଗଭୀର ଦୁଃଖ ପ୍ରକାଶ କରିଛନ୍ତିା ଏହାସହିତ ସେ ଅବକାରୀ ବିଭାଗ ସଚିବଙ୍କୁ ଘଟଣାର ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଛନ୍ତିା

ପୋଲିସ କହିବା ଅନୁସାରେ, ଉତ୍ତରପ୍ରଦେଶର ବାରବାଙ୍କି ଅନ୍ତର୍ଗତ ରାମନଗର ଅଞ୍ଚଳର କିଛି ଲୋକ ସୋମବାର ଏକ ଦେଶୀ ମଦ ଦୋକାନରୁ ମଦ କିଣିଥିଲୋ ଏହି ମଦ ପିଇବା ପରେ ସମସ୍ତେ ଅସୁସ୍ଥ ହୋଇପଡ଼ିଥିଲୋ ସେମାନଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଚିକିତ୍ସାଧୀନ ଅବସ୍ଥାରେ ୧୦ ଜଣଙ୍କ ମୃତ୍ୟୁ ହୋଇଛିା

ତେବେ ଉତ୍ତରପ୍ରଦେଶରରେ ଏହି ଘଟଣା ପ୍ରଥମ ଥର ଘଟିନାହିଁ। ଫେବ୍ରୁଆରି ମାସରେ ୟୁପିରେ ଏଭଳି ଘଟଣା ଘଟିଥିଲା।

Comment